ଅନ୍ୟର ଚାପରେ ଅସହାୟ ମମତା

ବଲାଙ୍ଗୀର ଅଫିସ, ୨୯।୬:  ବଲାଙ୍ଗୀର ସଦର ବ୍ଲକ ଚୁଡାପାଲି ଗ୍ରାମର ମମତା ପଣ୍ଡା । ସେ ଜଣେ ଅଙ୍ଗନଓ୍ବାଡି କର୍ମୀ । ହେଲେ ଜନ୍ମରୁ ଦିବ୍ୟାଙ୍ଗ ଥିବା ମମତାଙ୍କ ପାଇଁ ଏହି ଶାରୀରିକ ଅସୁସ୍ଥତା ଅସୁମାରୀ ଦୁଃଖ ଆଣିଛି । କେତେଜଣ ବିଭାଗୀୟ କର୍ମଚାରୀଙ୍କ ଚାପ ତାଙ୍କୁ ଆଗକୁ ବଢ଼ିବାରେ ପ୍ରତିବନ୍ଧକ ସୃଷ୍ଟି କରିଛି ବୋଲି ସେ କହିଛନ୍ତି । ଏ ସଂକ୍ରାନ୍ତରେ ମମତା ଜିଲାପାଳ, ଆରଡିସି ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କ ନ୍ୟାୟ ମିଳୁ ବୋଲି ସେ ଦାବି କରିଥିଲେ । ସମ୍ବଲପୁର ଆରଡିସିଙ୍କ ଅଫିସରୁ ଜଣେ ଅଧିକାରୀ ଆସି ତାଙ୍କ ଅଭିଯୋଗର ତଦନ୍ତ କରିଛନ୍ତି । ତଥାପି ମମତାଙ୍କୁ ନ୍ୟାୟ ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି ।
ପୋଲିଓ ଆକ୍ରାନ୍ତ ଯୋଗୁ ପିଲାଟି ଦିନରୁ ମମତା ଚାଲିବା ଶକ୍ତି ହରାଇଥିଲେ । ତଥାପି ପ୍ରବଳ ଇଚ୍ଛାଶକ୍ତି ତାଙ୍କ ପାଠ ପଢ଼ାରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରି ପାରି ନ ଥିଲା । ୨୦୦୯ରେ ସେ ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିଲେ । ଶାରୀରିକ ଅସୁସ୍ଥତା ସତ୍ତ୍ୱେ ସେ ନିଜ ଗୋଡରେ ଠିଆ ହେବାକୁ ଉଦ୍ୟମ ଜାରି ରଖିଥିଲେ । ଇତିମଧ୍ୟରେ ତାଙ୍କୁ ଚୁଡାପାଲି ଅଙ୍ଗନୱାଡି ଗ’ ସେଣ୍ଟରର ଜଣେ କର୍ମୀଭାବେ ନିଯୁକ୍ତି ମିଳିଥିଲା । ଚାଲିବା ଶକ୍ତି ନ ଥିବାରୁ ମମତା ସାନ ଭାଇ ଅଜିତ୍‌ଙ୍କ ସହିତ ପ୍ରତିଦିନ ନିଜ ଘରଠାରୁ ପ୍ରାୟ ଅଢ଼େଇ କିଲୋମିଟର ଦୂର ଅଙ୍ଗନୱାଡି କେନ୍ଦ୍ରକୁ ଯିବା ଆସିବା କରୁଥିଲେ । ହେଲେ ଦଇବ ସହିଲା ନାହିଁ । ୨୦୧୫ରେ ଅଜିତଙ୍କ ଅକାଳ ବିୟୋଗ ଘଟିଲା । ପୂର୍ବରୁ ବାପା ପରିବାର ସହ ସମ୍ପର୍କ ଛିନ୍ନ କରି ଅନ୍ୟତ୍ର ଚାଲିଯିବା ପରେ ଏବେ ମା’ଙ୍କ ସହିତ ମମତା ଘରେ ରହିଛନ୍ତି । ସାନଭାଇଙ୍କ ମୃତ୍ୟୁ ପରେ ମମତା ଅଙ୍ଗନୱାଡି କେନ୍ଦ୍ରକୁ ଯିବାଆସିବାରେ ହଇରାଣ ହେଉଥିଲେ । ତା’ପୂର୍ବରୁ ଚୁଡାପାଲି ଅଙ୍ଗନୱାଡି ‘ଖ’ ସେଣ୍ଟରର ଅଙ୍ଗନୱାଡି କର୍ମୀଙ୍କ ପରଲୋକ ଘଟିଥିଲା । ମମତା ଖ ସେଣ୍ଟରର ଅତିରିକ୍ତ ଦାୟିତ୍ୱରେ ରହିଥିଲେ । ମମତାଙ୍କ ଯାତାୟତ ସମସ୍ୟା ଓ କର୍ତ୍ତବ୍ୟ ସମ୍ପାଦନା ଦେଖି ଗଁ। ମୁଖିଆ ବୈଠକରେ ମମତାଙ୍କୁ ତାଙ୍କ ଘର ପାଖ ଖ ସେଣ୍ଟରରେ ରଖିବାକୁ ସ୍ଥିର କରିଥିଲେ । ସରକାରଙ୍କ ତରଫରୁ ଉକ୍ତ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ମମତା ଆବେଦନ କରିଥିଲେ ଓ ଯୋଗ୍ୟତା ତାଲିକାରେ ଶୀର୍ଷରେ ରହିଥିଲେ । ହେଲେ ତାଙ୍କୁ ସେ ସୁଯୋଗ ମିଳି ନ ଥିଲା । ଯୋଗ୍ୟତା ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ସେହି ଗଁ।ର ଅନ୍ୟଜଣେ ଯୁବତୀ ରୋଜି ନାଗଙ୍କୁ ଖ କେନ୍ଦ୍ରରେ ନିଯୁକ୍ତି ଦିଆଯାଇଥିଲା । ଏହା ପରେ ବି ଉଭୟଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ହୋଇଥିଲା । ରୋଜି ଗ ସେଣ୍ଟରରେ କାମ କରିବେ ଓ ମମତା ଖ ସେଣ୍ଟରରେ କାମ କରିବେ ବୋଲି ସ୍ଥିର ହୋଇଥିଲା । ହେଲେ ବିଭାଗୀୟ କର୍ମଚାରୀଙ୍କ ଚାପରେ ସବୁ ଓଲଟ ପାଲଟ ହୋଇଯାଇଥିଲା । ପୂର୍ବଭଳି ମମତା ଗ ସେଣ୍ଟରକୁ କାମ କରିବାକୁ ଯିବାକୁ ବାଧ୍ୟ ହେଉଛନ୍ତି । କେତେକ ବିଭାଗୀୟ କର୍ମଚାରୀ ଓ ଅନ୍ୟ କେତେଜଣ ବ୍ୟକ୍ତି ମମତାଙ୍କୁ ହଇରାଣ କରିବାକୁ ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି । ମମତାଙ୍କ ଭଳି ଜଣେ ଦିବ୍ୟାଙ୍ଗ କର୍ମୀଙ୍କୁ ସରକାର ନ୍ୟାୟ ପ୍ରଦାନ କରନ୍ତୁ ବୋଲି ସେ ଜିଲାପାଳ, ଆରଡିସି ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri