ଅସହାୟ ଜେଜେମା’ଙ୍କୁ ନାତୁଣୀଙ୍କ ଭବିଷ୍ୟତ ଚିନ୍ତା

ନୂଆପଡ଼ା,୨୮।୭ (ମକାରୁ ବେମାଲ):ପରିଣତ ବୟସରେ ଘରେ ବସି ଖାଇବା ଦିନରେ ପେଟ ପାଇଁ ମୁଠାଏ ଦାନା ଯୋଗାଡ କରିବା ପାଇଁ ଅନ୍ୟ ଦ୍ୱାର ଯାଇ ଭିକ୍ଷାବୃତ୍ତି କରିବାକୁ ପଡିଛି। ବୟସ ଅନୁପାତରେ ନିଜକୁ ସମ୍ଭାଳିବା କଷ୍ଟ, ସେଥିରେ ସାତ ବର୍ଷର ନାତୁଣୀ ବୋଝ। ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ନୂଆପଡା ଜିଲା କେନ୍ଦୁବାହାରା ପଞ୍ଚାୟତ ସୀମାନ୍ତ ସନବାହାଲି ଗାଁରେ। କେନ୍ଦୁବାହାରା ପଞ୍ଚାୟତ ସନବାହାଲି ଗାଁର ଉର୍ମିଳା ମିର୍ଦ୍ଧା (୬୦)ଙ୍କ ସ୍ବାମୀ ଆରପାରିକୁ ଚାଲିଯିବା ପରେ ପୁଅ କାର୍ତ୍ତିକ ମିର୍ଦ୍ଧାଙ୍କୁ ସାଙ୍ଗରେ ଧରି ଖୁସିରେ ଜୀବନ ଅତିବାହିତ କରୁଥିଲେ। ୨୦୧୬ରେ ପୁଅ କାର୍ତ୍ତିକଙ୍କୁ ବିବାହ କରି ବୋହୂ ବାସନ୍ତି ମିର୍ଦ୍ଧା ଓ ଉର୍ମିଳାଙ୍କ ପରିବାର ସୁଖଶାନ୍ତିରେ ଚାଲିଥିଲା। କାର୍ତ୍ତିକ ଓ ବାସନ୍ତିଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତା ନାମ ପାୟଲ। ଜେଜେମା (ଆଈ) ଉର୍ମିଳା ନାତୁଣୀଙ୍କୁ ଧରି ବହୁତ ଆନନ୍ଦିତ ହୋଇ ଗେଲ କରୁଥିଲେ। ବିବାହ କରଜ ବା ଉଧାର ପରିଶୋଧ କରିବା ଓ ପରିବାର ପ୍ରତିପୋଷଣ ପାଇଁ ସ୍ବାମୀ ସ୍ତ୍ରୀ ବିଚାର କଲେ। ଦାଦନ ସର୍ଦ୍ଧାରଙ୍କଠାରୁ କିଛି ଟଙ୍କା ଅଗ୍ରୀମ ଆଣି କିଛି ବିବାହ କରଜ ମହାଜନକୁ ଦେଇଦେଲେ। ୨୦୧୮ ମସିହାରେ ପାୟଲ ଦେଢବର୍ଷର ହୋଇଥିଲା। ତାଙ୍କୁ ଜେଜେ ମା’ଙ୍କଠାରେ ଛାଡି କାର୍ତ୍ତିକ ଓ ବାସନ୍ତି ଆନ୍ଧ୍ରପ୍ରଦେଶକୁ ଇଟା ତିଆରି କରିବାକୁ ଯାଇଥିଲେ। ସେଠାରେ ଇଟା ତିଆର କାମ କରିବା ସମୟରେ ସ୍ବାମୀଙ୍କ କୌଣସି କାରଣରୁ ମୃତ୍ୟୁ ହୋଇଗଲା ବୋଲି ବାସନ୍ତି ଗାଁକୁ ଫେରି ଆସିଥିଲେ। ଯେତେବେଳେ ମୃତଦେହ ଗାଁରେ ପହଞ୍ଚତ୍ଲା ପରେ ପରିବାର ଓ ଗାଁ ଲୋକେ ସନ୍ଦେହ କରି ନୂଆପଡ଼ା ଥାନାରେ ହତ୍ୟା ଅଭିଯୋଗ କଲେ। ନୂଆପଡ଼ା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡିଲା ଯେ, ସ୍ବାମୀଙ୍କ ହତ୍ୟାକାରୀ ଖୋଦ ସ୍ତ୍ରୀ ବାସନ୍ତି। ପରକୀୟା ପ୍ରୀତିରୁ ସ୍ବାମୀଙ୍କୁ ହତ୍ୟା କରିଛନ୍ତି ବୋଲି ବାସନ୍ତି ନିଜେ ମଧ୍ୟ ସ୍ବୀକାର କରିଥିଲେ। ନୂଆପଡ଼ା ପୋଲିସ ହତ୍ୟା ମାମଲାରେ ବାସନ୍ତିଙ୍କୁ ଜେଲ ହାଜତକୁ ପଠାଇ ଦେଲେ। ସେହି ଦିନଠାରୁ ବୃଦ୍ଧା ଉର୍ମିଳା ବେସାହାରା ହୋଇ ନିଜ ଦେଢବର୍ଷର ନାତୁଣୀ ପାୟଲଙ୍କୁ ଧରି ଘରେ ଆଖିରେ ଲୁହ ଗଡାଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ଉର୍ମିଳା କହନ୍ତି, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଯିଏ ଦୁଃଖ ସୁଖରେ ସାହା ହେବ ବୋଲି ଭାବୁଥିଲେ, ସେ ଏହି ଦୁନିଆରୁ ଛାଡି ଚାଲିଗଲେ। ମୋର ପାଳନ କରି ପାଣି ଢୋକାଏ ଦେବ ବୋଲି ଭାବିଥିଲି। ହେଲେ ମୋ ପୁଅକୁ ହତ୍ୟା କଲା। ଏବେ ଉର୍ମିଳା ୭ବର୍ଷର ନାତୁଣୀ ବୋଝ ପାଲଟି ଯାଇଛନ୍ତି। ନିଜକୁ ପରିଣତ ବୟସରେ ସମ୍ଭାଳିବା କଷ୍ଟ ହେଉଛି। ହେଲେ ନାତୁଣୀଙ୍କ ପେଟ ପାଇଁ ଦାନା ଯୋଗାଡ କରି ଲାଳନ ପାଳନ କରୁଛନ୍ତି ା ରାଶନ କାର୍ଡରେ ୫ କିଗ୍ରା ଚାଉଳ ଓ ଭତ୍ତା ଟଙ୍କାରେ ଆଈନାତୁଣୀ ଚଳିବା କଷ୍ଟ ହେଉ ଥିବାରୁ ପର ଘରରୁ ମାଗି କରି ଜୀବନ ବିତାଉଛନ୍ତି। ଉର୍ମିଳାଙ୍କ ଚାଲିବା କଷ୍ଟକର। କୌଣସି କାମ କରିପାରୁ ନାହାନ୍ତି। ଗାଁର ପାଖେ ପାଖେ କେତେ ଘରକୁ ବୁଲି ଭିକ୍ଷା ମାଗି ଚଳୁଛନ୍ତି। ସେ କାନ୍ଦିକାନ୍ଦି କହିଛନ୍ତି, ଆଉ କେତେ ଦିନ ବଞ୍ଚତ୍ବି। ମରିଗଲେ ନାତୁଣୀଙ୍କ ସାହା କିଏ ହେବ। ପରିଣତ ବୟସରେ ନିଜେ ଚଳିବା କଷ୍ଟକର ହେଲେ ବୃଦ୍ଧା ନାତୁଣୀଙ୍କ ଭବିଷ୍ୟତ ଚିନ୍ତା କରୁଛନ୍ତି। ନାତୁଣୀ ଭଲରେ କହିପାରେ ନାହିଁ କି ଶୁଣିପାରେ ନାହିଁ। ସେଥିରେ ବୃଦ୍ଧାଙ୍କ ଚିନ୍ତା ଦ୍ୱିଗୁଣିତ ହୋଇ ଯାଉଛି ା ଗୋଟିଏ ପଟେ ଅନ୍ନ ଚିନ୍ତା ଅନ୍ୟ ପଟେ ନାତୁଣୀ ଚିନ୍ତାରେ ବୃଦ୍ଧା ଘାରି ହେଉଛନ୍ତି। ଅସହାୟ ବାପା ମା’ ଛେଉଣ୍ଡ ପାୟଲ ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଅସହାୟ ବୃଦ୍ଧା ଉର୍ମିଳା ନିବେଦନ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ସରକାରଙ୍କ ପକ୍ଷରୁ ଯେତେ ସୁବିଧା ସୁଯୋଗ ଅଛି ଜିଲା ପ୍ରଶାସନ ଯୋଗାଇବା ପାଇଁ ପ୍ରସ୍ତୁତ ଅଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri