ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ଦୁଇ ଟ୍ରକ୍ ମୁହମୁହିଁ ଧକ୍କା ହେବାରୁ ଜଣେ ଖଲାସୀ (ହେଲ୍ପର) ଙ୍କ ମୃତ୍ୟୁ ଘଟିଛି ।

ପୋଲିସ ସୂଚନା ଅନୁସାରେ ଶୁକ୍ରବାର ଭୋର୍ ପ୍ରାୟ ୫ଟା ସମୟରେ ବଲାଙ୍ଗୀର ପଟରୁ ଏକ ଟ୍ରକ୍ ନଂ. OD ୧୫ J ୧୦୭୪ ସଇଁନ୍ତଳା ଦେଇ ଯାଉଥିବାବେଳେ କଳାହାଣ୍ଡି ପଟରୁ ଆସୁଥିବା ଆଉ ଏକ ଟ୍ରକ୍ ନଂ. TN ୮୧ AX ୭୯୬୮ ଟ୍ରକକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବଲାଙ୍ଗୀର ପଟରୁ ଆସୁଥିବା ଟ୍ରକ୍ ରାସ୍ତାକଡ଼ରେ ଥିବା ବିଲ ଭିତରେ ଓଲଟି ପଡ଼ିଥିଲା । ଖବର ଜଣା ପଡ଼ିବା ପରେ ସଇଁତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଦୁର୍ଘଟଣାରେ କଳାହାଣ୍ଡି ପଟରୁ ଆସୁଥିବା ଟ୍ରକ୍ ର ଖଲାସୀ (ହେଲ୍ପର) ତାମିଲନାଡୁ ତିରଚି ଜିଲା ଲାଉଡ଼ିତାଲିକିର କୁମାରଙ୍କ ମୃତ୍ୟୁ ଘଟିଛି । ମୃତଦେହକୁ ଉଦ୍ଧାର କରାଯାଇ ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି । ଦୁଇ ଟ୍ରକରେ କେତେ ଜଣ ଥିଲେ ଓ କେଉଁ ଟ୍ରକର ଡ୍ରାଇଭର ହେଲ୍ପର ଫେରାର ଅଛନ୍ତି ତାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

 

Dharitri – Odisha’s No.1 Odia Daily

Share