ସାହାଯ୍ୟକାରୀକୁ ସାହାଯ୍ୟ

ସାଂପ୍ରତିକ ସାମାଜିକ ସ୍ଥିତିରେ ବ୍ୟକ୍ତିଗତ ସ୍ବାର୍ଥ ଓ ଉନ୍ନତି ପଛରେ ଆମେ ଯେତିକି ଗୁରୁତ୍ୱ ଦେଉଛେ ସେହି ଅନୁସାରେ ଉଦାର ମନୋଭାବ, ଦୟା ଓ ପରୋପକାର ଇତ୍ୟାଦି ଶବ୍ଦ ‘ନୀତିକଥା’ରେ ରହିଯାଇଛି। ଜୀବନ ଜିଇବା ପାଇଁ ସଂଘର୍ଷ କରୁଥିବା ଲୋକଟି ବିଷୟରେ ଭାବିବାକୁ କାହା ପାଖରେ ସମୟ ନାହିଁ। ଏହି ପରିପ୍ରେକ୍ଷୀରେ ‘ଆର୍ଟ ଅଫ୍‌ ଗିଭିଂ’ର ପ୍ରୟାସ ସମସ୍ତଙ୍କ ମଧ୍ୟରେ ଖୁସି ଓ ଆନନ୍ଦର ଲହରି ଖେଳାଇ ଦେଇପାରେ। ‘ଆର୍ଟ ଅଫ୍‌ ଗିଭିଂ’ ହେଉଛି ଦୟା ଓ ଉଦାରତା ମାଧ୍ୟମରେ ଅନ୍ୟକୁ ପୂର୍ଣ୍ଣମାତ୍ରାରେ ସ୍ନେହ, ଶାନ୍ତି, ଖୁସି ଏବଂ ସନ୍ତୋଷ ଦେବା ନିମନ୍ତେ ଏକ ପ୍ରୟାସ।
ଆମେ ଗୁଣାତ୍ମକ ଶିକ୍ଷା ଓ ସଶକ୍ତୀକରଣ ମାଧ୍ୟମରେ ଲକ୍ଷାଧିକ ପରିବାରକୁ ସଶକ୍ତ କରିବା ଦିଗରେ ପ୍ରୟାସ ଜାରି ରଖିଛୁ। ଦୟା ଓ ଉଦାରତା ମାଧ୍ୟମରେ ଅନ୍ୟକୁ ଖୁସି ଦେବାର ଅନୁଭବ ‘ଆର୍ଟ ଅଫ୍‌ ଗିଭିଂ’ ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିବା ପାଇଁ ମୋତେ ପ୍ରେରଣା ଦେଇଥିଲା। ୨୦୧୩ ମେ ୧୭ ତାରିଖରେ ଆର୍ଟ ଅଫ୍‌ ଗିଭିଂ ପ୍ରତିଷ୍ଠା କରାଯାଇ ଏହାକୁ ସମଗ୍ର ବିଶ୍ୱରେ ପ୍ରସାର ଓ ପ୍ରଚାର ନିମନ୍ତେ ଉଦ୍ୟମ ଆରମ୍ଭ ହେଲା। ଆର୍ଟ ଅଫ୍‌ ଗିଭିଂର ଏହି ଅଭ୍ୟାସ ମୋର ବାଲ୍ୟକାଳରୁ ମୋ ମଧ୍ୟରେ ଜନ୍ମଲାଭ କରିଥିଲା। ମାତ୍ର ୫ ବର୍ଷ ବୟସରେ ପିତାଙ୍କୁ ହରାଇ ଦାରିଦ୍ର୍ୟ ମଧ୍ୟରେ ଥାଇ ମଧ୍ୟ ବାଲ୍ୟକାଳରେ ଅନ୍ୟକୁ ସାହାଯ୍ୟ କରିବା ଅଭ୍ୟାସ ମୋ ମଧ୍ୟରେ ଆରମ୍ଭ ହୋଇଥିଲା। ବାଲ୍ୟଜୀବନରୁ ଛୋଟ ଛୋଟ କାମ କରି ମୁଁ ପାଉଥିବା ସାମାନ୍ୟ ଅର୍ଥରେ ଗାଁର ଅନ୍ୟ ଗରିବ ଓ ଅସହାୟଙ୍କୁ ଯତ୍‌କିଞ୍ଚିତ ସାହାଯ୍ୟ କରୁଥିଲି।
ଅଭାବର ଅଭିଜ୍ଞତା ମୋତେ ଦାନ କରିବା ବିଷୟ ଶିକ୍ଷା ଦେଇଛି। ଏହି ଅଭିଜ୍ଞତାଗୁଡ଼ିକରୁ ହିଁ ‘ଆର୍ଟ ଅଫ୍‌ ଗିଭିଂ’ର ଜନ୍ମ। ଦୁଃଖୀ ଓ ଦରିଦ୍ରଙ୍କୁ ସାହାଯ୍ୟ କରିବା ସହ ବିଶ୍ୱରେ ଶାନ୍ତି, ଆନନ୍ଦ ଓ ସଂପ୍ରୀତି ବିତରଣ କରିବା ହେଉଛି ‘ଆର୍ଟ ଅଫ୍‌ ଗିଭିଂ’ର ଲକ୍ଷ୍ୟ। କେବଳ ଦୁଃଖୀ ଦରିଦ୍ର ଲୋକଙ୍କୁ ଟଙ୍କା ପଇସା ଦାନ ନୁହେଁ, ଅସୁବିଧାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ବିଭିନ୍ନ ମାଧ୍ୟମରେ ସାହାଯ୍ୟ ଓ ସହାନୁଭୂତି ପ୍ରଦର୍ଶନ କରିବା ମଧ୍ୟ ଆର୍ଟ ଅଫ୍‌ ଗିଭିଂ। ଜଣେ ବ୍ୟକ୍ତିଙ୍କୁ ଧୈର୍ଯ୍ୟର ସହ ଶୁଣିବା ଓ ଅନ୍ୟକୁ ମିଠା କଥା ପଦେ କହିବା ଦ୍ୱାରା ମଧ୍ୟ ଆର୍ଟ ଅଫ୍‌ ଗିଭିଂ କରାଯାଇପାରେ। ଦାନ କେବଳ ଏକ ମନୋଭାବ ହୋଇଥିବାରୁ ଏଥିପାଇଁ କୌଣସି ତରିକା ଆବଶ୍ୟକ ନାହିଁ।
ପୃଥିବୀରେ ସାହାଯ୍ୟ ଆବଶ୍ୟକ କରୁଥିବା ଲୋକ ଓ ସାହାଯ୍ୟ କରିବା ପାଇଁ ଇଚ୍ଛା ଥିବା ବ୍ୟକ୍ତି ମଧ୍ୟରେ ଯୋଗାଯୋଗ ସ୍ଥାପନ କ୍ଷେତ୍ରରେ ଆର୍ଟ ଅଫ୍‌ ଗିଭିଂ ଏକ ପ୍ଲାଟଫର୍ମ ଯୋଗାଇ ଦେଇଛି। ଯେତେବେଳେ ଆମେ ଦାନ କରିବା ସମୟରେ ଖୁସି ଅନୁଭବ କରିଥାଉ ବୋଲି ବୈଜ୍ଞାନିକ ଭାବେ ପ୍ରମାଣିତ ହୋଇଛି। ଶାନ୍ତି ଓ ଖୁସିର ବାର୍ତ୍ତାର ପ୍ରଚାର ନିମନ୍ତେ ସମଗ୍ର ବିଶ୍ୱରୁ ଅଧିକରୁ ଅଧିକ ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇ ଚାଲିଛନ୍ତି।
ଚଳିତବର୍ଷ ମେ ୧୭ ତାରିଖରେ ସମଗ୍ର ବିଶ୍ୱରେ ୧୦ମ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳିତ ହେଉଛି। ଗତ ୯ ବର୍ଷ ମଧ୍ୟରେ ବିଭିନ୍ନ ବିଷୟବସ୍ତୁକୁ ନେଇ ଏହାର ସଦସ୍ୟମାନେ ସମଗ୍ର ବିଶ୍ୱରେ ଆର୍ଟ ଅଫ୍‌ ଗିଭିଂ ପାଳନ କରିଆସୁଛନ୍ତି। ଚଳିତବର୍ଷର ବିଷୟବସ୍ତୁ ହରିଛି ‘ହେଲ୍‌ପିଂ ଦ ହେଲ୍‌ପ’ (ସାହାଯ୍ୟକାରୀକୁ ସାହାଯ୍ୟ)। ସ୍ନେହ, ଦୟା, ସହାନୁଭୂତି ଓ କୃତଜ୍ଞତା ଜରିଆରେ ପରସ୍ପରକୁ ସାହାଯ୍ୟ କରିବା ହେଉଛି ଏହାର ଲକ୍ଷ୍ୟ। ୨୦୨୨ରେ ‘ଆଶା, ଆନନ୍ଦ ଓ ସଂପ୍ରୀତି’ ବିଷୟବସ୍ତୁକୁ ନେଇ ସମଗ୍ର ବିଶ୍ୱରେ ଆର୍ଟ ଅଫ୍‌ ଗିଭିଂ ପାଳନ ହୋଇଥିବା ବେଳେ ୨୦୨୧ରେ ‘ମାଇଁ ମଦର ମାଇଁ ହିରୋ’ ବିଷୟବସ୍ତୁକୁ ନେଇ ଆର୍ଟ ଅଫ୍‌ ଗିଭିଂର ସଦସ୍ୟମାନେ ନିଜ ମାଆଙ୍କୁ କୃତଜ୍ଞତା ଜଣାଇଥିଲେ। ୨୦୨୦ କରୋନା କାଳରେ ଆର୍ଟ ଅଫ୍‌ ଗିଭିଂ ପକ୍ଷରୁ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବା ସହ କରୋନା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରାଯାଇଥିଲା। ୨୦୧୯ରେ ‘ବ୍ୟାଗ୍‌ ଅଫ୍‌ ହାପିନେସ୍‌’ ବିଷୟବସ୍ତୁ ରଖାଯାଇଥିବା ବେଳେ ସ୍କୁଲ୍‌ ଛାତ୍ରୀଛାତ୍ରଙ୍କୁ ହାପିନେସ୍‌ କିଟ୍‌ ଉପହାର ପ୍ରଦାନ କରାଯାଇଥିଲା। ୨୦୧୮ରେ ଆର୍ଟ ଅଫ୍‌ ଗିଭିଂର ‘ପ୍ୟାର ଭରା ପ୍ୟାକ୍‌’ କାର୍ଯ୍ୟକ୍ରମ ବିପୁଳ ସଫଳତା ଲାଭ କରିଥିଲା। ଏଥିରେ ସମଗ୍ର ବିଶ୍ୱରେ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖାଦ୍ୟ ଦାନ କରାଯାଇଥିଲା। ୨୦୧୭ରେ ସୁସ୍ଥ ଜୀବନ ଏବଂ ସବୁଜ ଭବିଷ୍ୟତ ନେଇ ସଚେତନତା ପାଇଁ ସାଇକ୍ଲୋଥୋନ୍‌ ଓ ତା’ ପରବର୍ଷଠାରୁ ଆର୍ଟ ଅଫ୍‌ ଗିଭିଂର କଳେବର ବୃଦ୍ଧି ପାଇ ଏହା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚତ୍ଥିଲା। ୨୦୧୬ରେ କୃତଜ୍ଞତା ମାଧ୍ୟମରେ ନିଜକୁ ସମଗ୍ର ବିଶ୍ୱ ସହ ଯୋଡ଼ିବା ବିଷୟବସ୍ତୁ ରଖାଯାଇଥିଲା। ୨୦୧୪ରେ ସହାନୁଭୂତି ବିଷୟବସ୍ତୁ ରଖାଯାଇଥିବା ବେଳେ ୨୦୧୫ରେ ଅସହାୟଙ୍କୁ ବସ୍ତ୍ରଦାନ ଜରିଆରେ ଆର୍ଟ ଅଫ୍‌ ଗିଭିଂ ପାଳନ କରାଯାଇଥିଲା। ଏହାର ଅନୁଗାମୀଙ୍କ ସଂଖ୍ୟା ୨କୋଟି ଓ ସଦସ୍ୟ ସଂଖ୍ୟା ୧୫ଲକ୍ଷରେ ପହଞ୍ଚିଥିବା ବେଳେ ଆର୍ଟ ଅଫ୍‌ ଗିଭିଂ ପରିବାର ଦ୍ରୁତଗତିରେ ବଢ଼ି ଚାଲିଛି। ବିଶ୍ୱର ୧୨୦ଟି ଦେଶର ୩ଶହଟି ସ୍ଥାନରେ ଏହାର ଆବାହକ ରହିଥିବା ବେଳେ ଭାରତର ସମସ୍ତ ରାଜ୍ୟ ଓ ଓଡ଼ିଶାର ସମସ୍ତ ବ୍ଲକ୍‌ ଏବଂ ପଞ୍ଚାୟତରେ ଆବାହକ ଅଛନ୍ତି। ସେମାନେ ବର୍ଷ ତମାମ ଆର୍ଟ ଅଫ୍‌ ଗିଭିଂର ବାର୍ତ୍ତା ପ୍ରଚାର କରି ଆସିବା ସହ ସ୍ବେଚ୍ଛାସେବୀ କାର୍ଯ୍ୟ କରିଥାନ୍ତି। ସାମାଜିକ ଗଣମାଧ୍ୟମ(ସୋସିଆଲ ମିଡିଆ) ଜରିଆରେ ଆର୍ଟ ଅଫ୍‌ ଗିଭିଂ କୋଟି କୋଟି ଲୋକଙ୍କ ନିକଟରେ ପହଞ୍ଚି ପାରିଛି।
ପ୍ରତ୍ୟେକ ଦିନ ଆର୍ଟ ଅଫ୍‌ ଗିଭିଂ ବିଶ୍ୱକୁ ଏକ ଉତ୍ତମ ସ୍ଥାନରେ ପରିଣତ କରିବା ପାଇଁ ପ୍ରୟାସ ଜାରି ରଖିଛି। ଆର୍ଟ ଅଫ୍‌ ଗିଭିଂ ପ୍ରାକୃତିକ ବିପର୍ଯ୍ୟୟରେ ସାହାଯ୍ୟ, ସ୍ଥାୟୀ ଗ୍ରାମ୍ୟ ବିକାଶ, ମହିଳା ସଶକ୍ତୀକରଣ, ସ୍ଥାୟୀ ପରିବେଶ ସୁରକ୍ଷା, ସ୍ବାସ୍ଥ୍ୟ ଶିବିର ଏବଂ ଗଣତନ୍ତ୍ରର ପ୍ରୋତ୍ସାହନ ସମେତ ଅନେକ ପ୍ରକାର ମାନବିକ ପ୍ରକଳ୍ପ ଓ ସେବାମୂଳକ କାର୍ଯ୍ୟ କରିଆସୁଛି। ଦକ୍ଷ ଓ ଯୁବସୁଲଭ, ପ୍ରତିଶ୍ରୁତିବଦ୍ଧ ସ୍ବେଚ୍ଛାସେବୀମାନେ ପ୍ରେମ ଓ ଦୟା ଶକ୍ତିର ଉପଯୋଗ କରି ଏକ ବ୍ୟାପକ ସାମାଜିକ ପ୍ରଭାବ ସୃଷ୍ଟିରେ ଲାଗି ପଡ଼ିଛନ୍ତି।
‘ଆର୍ଟ ଅଫ୍‌ ଗିଭିଂ’ କୌଣସି ଏକ ନୂଆ ଚିନ୍ତାଧାରା ନୁହେଁ। ଶହଶହ ବର୍ଷ ଧରି ଏହା ସମାଜରେ ଅନୁକରଣ ଓ ଅଭ୍ୟାସ କରାଯାଇଆସୁଛି। ପ୍ରତ୍ୟେକ ଧର୍ମ ସବୁବେଳେ ଦାନକୁ ଗୁରୁତ୍ୱ ଦେଇଆସିଛି। ଏହା ହେଉଛି ପ୍ରତ୍ୟେକ ଧର୍ମର ଏକ ପ୍ରମୁଖ ସିଦ୍ଧାନ୍ତ। କାରଣ ଆଧ୍ୟାମତ୍ିକ ଜୀବନ ପାଇଁ ଉଦାର ମନୋଭାବ ନିହାତି ଆବଶ୍ୟକ। ଭାରତୀୟ ଶାସ୍ତ୍ରରେ ଦାନର ଏକ ପ୍ରମୁଖ ସ୍ଥାନ ରହିଛି। ପ୍ରତ୍ୟେକ ଧର୍ମରେ ଦାନର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। କୋରାନ୍‌ରେ ଏହାକୁ ସଦାକ୍‌ ବା ଜାକତ୍‌ ବୋଲି ଅଭିହିତ କରାଯାଇଥିବା ବେଳେ ବୌଦ୍ଧ ଧର୍ମରେ ଅସହାୟକୁ ଦାନ ସମ୍ପର୍କରେ କୁହାଯାଇଛି। ସେହିପରି ଜୈନ ଧର୍ମରେ ଖାଦ୍ୟ ଦାନ, ଅନ୍ୟମାନଙ୍କୁ ବିପଦରେ ସାହାଯ୍ୟ, ଔଷଧ ବଣ୍ଟନ ଓ ଜ୍ଞାନର ପ୍ରସାର ହେଉଛି ଆର୍ଟ ଅଫ୍‌ ଗିଭିଂ। ଇହୁଦୀ ଧର୍ମରେ ଯେଦାକ୍‌ ଅର୍ଥାତ୍‌ ନ୍ୟାୟ କିମ୍ବା ନୀତିନିଷ୍ଠ ହେଉଛି ଦାନ। ଖ୍ରୀଷ୍ଟିଆନ୍‌ ଧର୍ମରେ ଦାନକୁ ବିଶ୍ୱାସର ଆବଶ୍ୟକ ଅଂଶ ବୋଲି କୁହାଯାଇଛି। ପାର୍ସୀ ଧର୍ମରେ ଦାରିଦ୍ର୍ୟ ଓ କଷ୍ଟକୁ ପାପର ପୀଡ଼ା ବୋଲି ବିଚାର କରାଯାଏ। ତେଣୁ ଏହି ପାପ ବିରୋଧରେ ପ୍ରତ୍ୟେକ ବ୍ୟକ୍ତି ଲଢେଇ କରିବାକୁ ଏଥିରେ କୁହାଯାଇଛି।
ଆର୍ଟ ଅଫ୍‌ ଗିଭିଂ ସମାଜକୁ ପ୍ରତିଦାନ କରିବାର ଏକ ନୂଆ ବିଚାର ନେଇ କାର୍ଯ୍ୟକରୁଛି। ପାଇବାର କୌଣସି ଆଶା ନ ରଖି ଅନ୍ୟକୁ ବିଭିନ୍ନ ଭାବରେ ଦାନ କରିବାର ଦର୍ଶନ ଉପରେ ଏହା ପର୍ଯ୍ୟବସିତ। ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ଦିବସ ଆମ ସମସ୍ତଙ୍କୁ ମନେ ପକାଇ ଦିଏ- ଦୟା, ସ୍ନେହ ଓ କୃତଜ୍ଞତା ଭଳି ସାଧାରଣ କାର୍ଯ୍ୟ ମାଧ୍ୟମରେ ଅନ୍ୟର ଜୀବନରେ ସକାରାମତ୍କ ପରିବର୍ତ୍ତନ ଆଣିପାରୁ। ଜଣେ ବ୍ୟକ୍ତିର କାର୍ଯ୍ୟ କିପରି ଏକ ସୁନ୍ଦର ବିଶ୍ୱ ସୃଷ୍ଟି ପାଇଁ ପ୍ରଭାବ ପକାଇଥାଏ, ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ‘ଆର୍ଟ ଅଫ୍‌ ଗିଭିଂ।
-ପ୍ରତିଷ୍ଠାତା, ଆର୍ଟ ଅଫ୍‌ ଗିଭିଂ

ଅଚ୍ୟୁତ ସାମନ୍ତ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri