ଦୁଃଖି ପରିବାରକୁ ମିଳୁନି ସହାୟତା

ହାଟଡ଼ିହୀ,୩୦ା୯(ଡି.ଏନ.ଏ.)- କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ କପୁଣ୍ଡି ଗ୍ରାମର ବୃନ୍ଦାବନ ପଲେଇଙ୍କ ପରିବାର ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ସ୍ତ୍ରୀ, ଦୁଇ ବିଧବା ବୋହୂ ଓ ୪ ନାତୁଣି ନାତିଙ୍କୁ ମିଶାଇ ଆଠ ପ୍ରାଣୀ କୁଟୁମ୍ବଙ୍କ ପେଟ ଚିନ୍ତା ଘାରୁଛି ବୟସର ଅପରାହ୍ନରେ ପହଞ୍ଚିଥିବା ବୃନ୍ଦାବନଙ୍କୁ। ଦୁଇ ପୁଅ ଆରପାରିକୁ ଚାଲି ଯିବା ପରେ ତାଙ୍କ ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଚାଲି ବୁଲି ପାରୁ ନ ଥିବା ବୃନ୍ଦାବନ ଓ ତାଙ୍କ ସ୍ତ୍ରୀ ଏବେ ସେମାନଙ୍କ ପରିବାରର ଭବିଷ୍ୟତ ପାଇଁ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି। ନା ସେମାନଙ୍କୁ ମିଳୁଛି ବଦାନ୍ୟତା ନା ସରକାରୀ ବାବୁଙ୍କ ଅନୁକମ୍ପା। ମାଳମାଳ ସରକାରୀ ଯୋଜନା ଅଛି ସତ ହେଲେ ବୃନ୍ଦାବନଙ୍କ ପାଖରେ ସେ ସବୁ ଅପହଞ୍ଚ।
ମୂଲ ମଜୁରୀ ଲାଗି ପେଟ ପୋଷୁଥିବା ବୃନ୍ଦାବନଙ୍କ ଘରଡିହ ସମେତ ୪ ଡେସିମିଲର ଚାଷ ଜମି ଅଛି। ତାଙ୍କ ବଡ଼ ପୁଅ ଉମାକାନ୍ତ(୪୨) ଗତ ୨୦୧୫ ଜୁନ ମାସ ଶେଷ ରଜ ଦିନ ହୃଦ୍‌ଘାତରେ ପ୍ରାଣ ହରାଇଥିବା ବେଳେ ସାନ ପୁଅ ରମାକାନ୍ତ (୩୯) ଚଳିତ ବର୍ଷ ଜୁଲାଇ ମାସରେ କରୋନା ସମୟରେ ଛାତି ଯନ୍ତ୍ରଣାରେ ଆରପାରିକୁ ଚାଲିଗଲେ। ଉମାକାନ୍ତଙ୍କ ସ୍ତ୍ରୀ କାବେରୀ ପଲେଇଙ୍କର ୫ବର୍ଷର ଗୋଟିଏ ପୁଅ ଓ ୪ବର୍ଷର ଝିଅଟିଏ ଅଛି। ସାନ ପୁଅ ରମାକାନ୍ତଙ୍କ ସ୍ତ୍ରୀ କନକଲତାଙ୍କର ୩ ବର୍ଷ ଓ ୨ ବର୍ଷର ଦୁଇଟି ପୁଅ ଅଛନ୍ତି। ସେମାନଙ୍କୁ ଚଳାଇବା ପାଇଁ ବୃଦ୍ଧ ବୃନ୍ଦାବନ ଅସମର୍ଥ ଥିବା ବେଳେ ପରିବାର ବୋଝକୁ ଉଠାଇବା ଭଳି ମାନସିକ ଚାପ ଏବଂ ଦୁଃଖରେ ସେ ଏବେ ମ୍ରିୟମାଣ ହୋଇ ପଡ଼ିଛନ୍ତି। କେବଳ ବଡ଼ ପୁଅ ଉମାକାନ୍ତ ପାଇଥିବା ସରକାରୀ ଆବାସର ଦୁଇ ବଖରା ଘରେ ୮ ପ୍ରାଣୀ ରହୁଛନ୍ତି। ରାଶନ କାର୍ଡରେ ମାସକୁ ୨୦ କିଲୋ ଚାଉଳ ମିଳୁଛି। ସେତିକିରେ ମାସ ସାରା ଚଳି ହେଉନି। ବହୁ ସମୟରେ ସେମାନେ ଭୋକିଲା ବି ରହୁଛନ୍ତି।
ବୃଦ୍ଧ ବୃନ୍ଦାବନ କୁହନ୍ତି, ମୁଁ ଆଉ କେତେ ଦିନ ଏ ସଂସାରରେ ରହିବି। ମୁଁ ଚାଲିଗଲା ପରେ ମୋ ବୋହୂ, ନାତୁଣୀ, ନାତି କେମିତି ବଞ୍ଚିବେ, କେମିତି ଚଳିବେ ଏବଂ କିଏ ସେମାନଙ୍କୁ ସହାୟ ହେବ। ସରକାର ଏବଂ ପ୍ରଶାସନ ଯଦି ଦୟା କରନ୍ତେ ତେବେ ମୋ ପରିବାର ବଞ୍ଚିବାର ରାହା ପାଆନ୍ତେ। ତେବେ ଏହି ଅସହାୟ ପରିବାର ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri