ହେଲିକପ୍ଟର ଦୁର୍ଘଟଣା: ୫ ମୃତ

ଆଞ୍ଚୋରେଜ୍‌,୨୯।୩: ଆମେରିକାର ଆଲାସ୍କା ରାଜ୍ୟରେ ଏକ ହେଲିକପ୍ଟର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଆଞ୍ଚୋରେଜ୍‌ର ଉତ୍ତରପୂର୍ବରେ ଥିବା କ୍ନିକ୍‌ ଗ୍ଲାସିୟର ନିକଟରେ ଏଭଳି ଘଟିଥିବା ସୈନ୍ୟ ବାହିନୀ ପ୍ରବକ୍ତା ଅଷ୍ଟିନ୍‌ ମ୍ୟାକ୍‌ଡାନିଏଲ୍‌ ସୂଚନା ଦେଇଛନ୍ତି। ଦୁର୍ଘଟଣାର କାରଣ ଜଣାପଡ଼ି ନ ଥିବାବେଳେ ଏହାର ତଦନ୍ତ ଜାରି ରହିଛି।

Share