ହେଲାନି ସମାଧାନ, ସ୍ବାମୀ ଗିରଫ

ଢେଙ୍କାନାଳ ଅଫିସ, ୨୨।୧୨ ମନୋମାଳିନ୍ୟ ଦୂରକରି ଦମ୍ପତିଙ୍କୁ ମିଶାଇବାକୁ ୨ଦିନ ଧରି ଯଥାସାଧ୍ୟ ପ୍ରୟାସ କଲା ପୋଲିସ। ହେଲେ ଦ୍ୱନ୍ଦ୍ୱ ଦୂର ହେଲାନି କି ବାହାରିଲାନି ସମାଧାନର ବାଟ। ଫଳରେ ମାଧବୀ ସୁନା ନିର୍ଯାତନା ମାମଲାରେ ଢେଙ୍କାନାଳ ଟାଉନ ଥାନା ପୋଲିସ ଅଟକ ସ୍ବାମୀ ତଥା ନଗର ଯୁବ ବିଜେଡି ଆଇଟି ସେଲ୍‌ ସଭାପତି ମହେନ୍ଦ୍ର ସାହୁଙ୍କୁ ଗିରଫ କରିଛି। ଏ ନେଇ ନଂ. ୫୩୪/୨୧, ଦଫା ୪୯୮(ଏ), ୩୨୩, ୨୯୪, ୩୫୪(ବି), ୫୦୬, ୩୪ ଓ ୩ ଏସ୍‌ସି/ଏସ୍‌ଟି ଆକ୍ଟରେ ମାମଲା ରୁଜୁ ହୋଇଛି।
ଅଭିଯୋଗ ଅନୁଯାୟୀ, ୧୯୯୫ରେ ମହେନ୍ଦ୍ର ବଲାଙ୍ଗୀରର ମାଧବୀଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ଏକ ପୁତ୍ର ସନ୍ତାନ ରହିଛନ୍ତି। ବିବାହର ୨ବର୍ଷ ପରେ ଶାଶୁଘର ଲୋକେ ମାଧବୀଙ୍କୁ ଘରୁ ତଡ଼ି ଦେଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ହସ୍ତକ୍ଷେପ ପରେ ସେ କିଛିଦିନ ଶାଶୁଘର ରହିଥିଲେ। ତେବେ ନିର୍ଯାତନା ଅସହ୍ୟ ହେବାରୁ ଶିଶୁପୁତ୍ରକୁ ଧରି ମାଧବୀ ବାପଘରକୁ ଚାଲିଯାଇଥିଲେ। ବଲାଙ୍ଗୀରରେ ଥିବାବେଳେ ମହେନ୍ଦ୍ର ତାଙ୍କ ସହିତ ଫୋନରେ ଯୋଗାଯୋଗ କରିବା ସହିତ ମିଶିବାକୁ ମଧ୍ୟ ଯାଉଥିଲେ। ବାପାଙ୍କ ଦେହାନ୍ତ ପରେ ତାଙ୍କୁ ଘରକୁ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଥିରେ ବିଳମ୍ବ ହେବାରୁ ମାଧବୀ ନ୍ୟାୟ ପାଇଁ ନିଜର ୨୫ବର୍ଷର ପୁଅ ପ୍ରଦୀପଙ୍କ ସହିତ ୧୧ନଂ. ୱାର୍ଡ ଲକ୍ଷ୍ମୀବଜାର ମହ୍ଲାରସାହିସ୍ଥିତ ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଥିଲେ। ଉଭୟଙ୍କୁ ମିଶାଇବାକୁ ଆଲୋଚନା କରାଯାଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ତେଣୁ ମହେନ୍ଦ୍ରଙ୍କୁ ଗିରଫ କରାଯାଇଥିବା ଏସ୍‌ପି ଏଲ୍‌. ଦିବ୍ୟା ଭି ସୂଚନା ଦେଇଛନ୍ତି।
ଅନ୍ୟପଟେ ସ୍ବେଚ୍ଛାସେବୀ ସଂସ୍ଥା ‘ମାନବିକ ଅଧିକାର ପରିଷଦ’ର ସଭାନେତ୍ରୀ ସସ୍ମିତା ଦାସଙ୍କ ନେତୃତ୍ୱରେ ଅନୁଷ୍ଠାନର ସଦସ୍ୟମାନେ ଅପରାହ୍ନରେ ଟାଉନ ଥାନାରେ ପହଞ୍ଚତ୍ ପୋଲିସ ଏବଂ ପୀଡ଼ିତା ମହିଳାଙ୍କ ସହିତ ଆଲୋଚନା କରିଛନ୍ତି। ମାଧବୀ ଏବଂ ପ୍ରଦୀପ ମହ୍ଲାରସାହିର ଏକ ଭଡ଼ାଘରେ ରହୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri