Posted inଜାତୀୟ

ଗାନ୍ଧିନଗରରେ ହେବ ହୀରାବେନଙ୍କ ଅନ୍ତିମ ସଂସ୍କାର, ପୁଅ ପଙ୍କଜ ମୋଦିଙ୍କ ଘରେ ଶେଷ ଦର୍ଶନ

ଗାନ୍ଧିନଗର,୩୦ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦିଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଛି । ୧୦୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅହମଦାବାଦର ୟୁଏନ ମେହେଟା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମା’ଙ୍କ ପରଲୋକ ଖବର ନିଜେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଜଣାଇଛନ୍ତି । ଏହି ଖବର ପାଇବା ପରେ ତୁରନ୍ତ ପ୍ରଧାନମନ୍ତ୍ରୀ ଅହମଦାବାଦ ଗସ୍ତ କରିଛନ୍ତି । କୁହାଯାଉଛି କି ହୀରାବେନଙ୍କ ପାର୍ଥିବ ଶରୀର ପୁଅ ପଙ୍କଜ ମୋଦିଙ୍କ ଘରକୁ ଆଣି ସେଠାରେ ଶେଷ ଦର୍ଶନ ପାଇଁ ରଖାଯିବ । ପଙ୍କଜ ମୋଦିଙ୍କ ଘର ଗାନ୍ଧିନଗରରେ ହୋଇଥିବାରୁ ସେହିଠାରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ମିଳିଥିବା ସୂଚନା ଅନୁଯାୟୀ, ହୀରାବେନଙ୍କ ଅନ୍ତିମ ସଂସ୍କାର ସେକ୍ଟର ୩୦ରେ ଥିବା ଶ୍ମଶାନରେ ହେବ । ପୁଅ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବଡ ବଡ ନେତା ହୀରାବେନଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେବେ । ସୂଚନା ଅନୁଯାୟୀ, ସକାଳ ୮ଟାରୁ ଅନ୍ତିମ ଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଯାଇ ଅନ୍ତିମ ସଂସ୍କାର କରାଯିବ । ଅନୁମାନ କରାଯାଉଛି କି ତାଙ୍କର ଅନ୍ତିମ ସଂସ୍କାର ସାମାନ୍ୟ ବିଳମ୍ବରେ ହୋଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ବୁଡ଼ିଗଲେ ନୌସେନା ଅଧିକାରୀ

ଚେନ୍ନାଇ, ୨୭।୧୧: ନିକଟସ୍ଥ କୋଭାଲମ୍‌ ଉପକୂଳ ସମୁଦ୍ରରେ ଗୁରୁବାର ବୁଡି ପ୍ରାଣ ହରାଇଛନ୍ତି ଜଣେ ନୌସେନା ଅଧିକାରୀ। ମୃତକ ହେଲେ ୩୬ ବର୍ଷୀୟ ଲ୍ୟୁଟ୍‌ନାଣ୍ଟ କମାଣ୍ଡର...

ଗଗନଯାନ ମିଶନର ମହାକାଶଚାରୀଙ୍କ ପାଇଁ ସ୍ବତନ୍ତ୍ର ଖାଦ୍ୟର ବ୍ୟବସ୍ଥା କଲା ଡିଆର୍‌ଡିଓ

ବେଙ୍ଗାଲୁରୁ,୭।୧: ଗଗନଯାନ ୨୦୨୨ରେ ମହାକାଶ ଯାତ୍ରା କରିବ। ଏଥିପାଇଁ ବୈଜ୍ଞାନିକମାନେ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଏହି ମିଶନରେ ଯାଉଥିବା ମହାକାଶଚାରୀଙ୍କ ପାଇଁ ଡିଫେନ୍ସ ରିସର୍ଚ୍ଚ...

ବିମାନ ବନ୍ଦରରେ ଆରମ୍ଭ ହେଲା ରାଣ୍ଡମ ଟେଷ୍ଟ: ମଙ୍ଗଳବାରରୁ ହସ୍ପିଟାଲରେ ‘ମକ୍‌ ଡ୍ରିଲ୍‌’

ନୂଆଦିଲ୍ଲୀ,୨୬।୧୨: ଚାଇନାରେ କରୋନା ଭାଇରସ୍‌ ତାଣ୍ଡବ ରଚିବାରେ ଲାଗିଛି। ଉକ୍ତ ଦେଶରେ ଲଗାତର ଭାବେ ପଜିଟିଭ୍‌ ମାମଲା ବୃଦ୍ଧି ପାଇବା ସହ ମୃତକଙ୍କ ସଂଖ୍ୟା ମଧ୍ୟ...

୧୯ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୨।୭: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ଦେଶରେ ଗତ କିଛି ସପ୍ତାହ ହେଲା କୋଭିଡ୍‌ ସଂକ୍ରମଣ...

ଅଓ୍ବନ୍ତିପୋରା ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ

ଶ୍ରୀନଗର,୨୧।୧: ଜମ୍ମୁ-କଶ୍ମୀର ଅଓ୍ବନ୍ତିପୋରାରେ ମଙ୍ଗଳବାର ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ଓ ୨ଯବାନ ଆହତ...

ନିର୍ଭୟା ମାମଲା: ନୂଆ ଓକିଲଙ୍କୁ ଭେଟିବାକୁ ମନାକଲେ ପବନ

ନୂଆଦିଲ୍ଲୀ,୨୨।୨: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତା ନିଜ ଆଇନ ପରାମର୍ଶଦାତା ରବି କାଜିଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ପୁର୍ବରୁ ଏହି ମାମଲାରେ...

ରେଳଧାରଣାରେ ଯାଇଛି ୮,୭୦୦ ଜୀବନ

ନୂଆଦିଲ୍ଲୀ, ୩।୬(ପି.ଟି.): ୨୦୨୦ରେ ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଯଥେଷ୍ଟ ହ୍ରାସ ସତ୍ତ୍ୱେ ରେଳଧାରଣାରେ ୮,୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ସେମାନଙ୍କ...

ଦାଦା-ପୁତୁରା ହେବେନି ଏକାଠି: ଏକାକୀ ନିର୍ବାଚନ ଲଢିବେ ଶିବପାଲ

ଲକ୍ଷ୍ନୌ, ୧୪।୬: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟ ଭାଙ୍ଗିବା ପରେ ସାନ ଭାଇ ଶିବପାଲ ଯାଦବ ଏବଂ ପୁଅ...

Advertisement
Archives

Model This Week