ପୁଟିନଙ୍କ ପାଇଁ ଲଢ଼େଇ କରିବେ ହେଭିଓ୍ବେଟ ଚାମ୍ପିୟନ ନିକୋଲାଇ…

ମସ୍କୋ, ୧।୧୦ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧକୁ ତୀବ୍ର କରିବା ପାଇଁ ଦେଶରେ ସୈନ୍ୟ ସଂଗ୍ରହ କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ସେବେଠାରୁ ରୁଷିଆର ସୈନ୍ୟବାହିନୀରେ ସୈନିକମାନଙ୍କ ସହିତ ସାଧାରଣ ନାଗରିକମାନଙ୍କୁ ମଧ୍ୟ ଯୁଦ୍ଧରେ ଯୋଗଦେବାକୁ ଡକାଯାଉଛି। ଏହା ଅନ୍ତର୍ଗତ ପୁଟିନ ପୂର୍ବତନ ବିଶ୍ୱ ହେଭିୱେଟ ଚାମ୍ପିୟନ ନିକୋଲାଇ ଭାଲୁଏଭଙ୍କୁ ୟୁକ୍ରେନ ବିରୋଧରେ ଲଢ଼େଇରେ ଯୋଗଦେବାକୁ ଆହ୍ବାନ କରିଛନ୍ତି।

ଏକ ସପ୍ତାହ ପୂର୍ବରୁ, ୪୯ ବର୍ଷୀୟ ନିକୋଲାଇଙ୍କୁ ୟୁକ୍ରେନ ବିପକ୍ଷରେ ଯୋଦ୍ଧା ଭାବେ ମନୋନୀତ କରାଯାଇଥିଲା। ଏହାପୂର୍ବରୁ ଏମଏଏ ଚାମ୍ପିୟନ ଭ୍ଲାଦିମିର ମିନେଭଙ୍କ ନାମ ପ୍ରକାଶ ପାଇଥିଲା। ପ୍ରତିଯୋଗିତା ସମୟରେ ଯେତେବେଳେ ନିକୋଲାଇଙ୍କ ଉଚ୍ଚତା ୭ ଫୁଟ ଥିଲାବେଳେ ଓଜନ ୧୪୯ କିଲୋଗ୍ରାମ। ସେ ବକ୍ସିଂ ଇତିହାସରେ ସବୁଠାରୁ ଡେଙ୍ଗା ଏବଂ ଓଜନିଆ ବିଶ୍ୱ ଚାମ୍ପିଅନ ଭାବରେ ଜଣାଶୁଣା ।

ବିଷ୍ଟ ଫ୍ରମ ଦ ଇଷ୍ଟ ଭାବରେ ଜଣାଶୁଣା ନିକୋଲାଇ ୨୦୦୫ରେ ପ୍ରଥମ ଥର ପାଇଁ ଡବ୍ଲୁବିଏ ହେଭିୱେଟ ଟାଇଟଲ ଜିତିଥିଲେ। ସେ ଦୁଇଥର ଚାମ୍ପିୟନ ହୋଇଥିଲେ ଏବଂ ବକ୍ସିଂ କିମ୍ବଦନ୍ତୀ ଇଭାଣ୍ଡର ହୋଲିଫିଲ୍ଡଙ୍କ ବିପକ୍ଷରେ ତାଙ୍କ ବେଲ୍ଟକୁ ରକ୍ଷା କରିଥିଲେ। ଡେଭିଡ ବାନା ଗୋଲିଆଥ ବକ୍ସିଂରେ ସେ କାଟୋ ହେଡିଭ ହେଙ୍କଠାରୁ ପରାଜିତ ହୋଇଥଲେ। ଏହା ପରେ ବିଶ୍ୱ ଚାମ୍ପିୟନର ଟାଇଟଲ ତାଙ୍କ ହାତରୁ ଚାଲି ଯାଇଥିଲା। ଏହା ପରେ ଶାରୀରିକ ସମସ୍ୟା ଯୋଗୁ ସେ ବକ୍ସିଂରୁ ଅବସର ନେଇଥିଲେ ।

 

Share