ନିଷେଧ ସତ୍ତ୍ୱେ ସହରକୁ ପଶୁଛି ଭାରିଯାନ

କେନ୍ଦୁଝର, ୬ା୨ (ସ୍ବ.ପ୍ର.) କେନ୍ଦୁଝର ସହର ମଧ୍ୟ ଦେଇ ନିଷେଧ ସତ୍ତ୍ୱେ ବହୁ ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ୍‌ ତଥା ଲାଇନ ଟ୍ରକ୍‌ ଯାତାୟାତ କରୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଆଗକୁ ସ୍କୁଲ ଖୋଲୁଥିବାରୁ ବହୁ ସଂଖ୍ୟାରେ ଛୋଟ ଛୋଟ ପିଲା ଯାତାୟାତ କରିବେ। ଫଳରେ ଏଭଳି ଅମାନିଆ ଟ୍ରକ୍‌ ଚଳାଚଳ ଅଧିକ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହ ଧୂଳି ଧୂଆଁ ପ୍ରଦୂଷଣ ଓ ଦୂର୍ଘଟଣା ଘଟିବା ଆଶଙ୍କା ରହୁଥିବାରୁ ଅସନ୍ତୋଷ ଦେଖାଦେଉଛି ା ସହର ମଧ୍ୟରେ ଥିବା ଏନ୍‌ଏଚ୍‌ ୪୯ ଦେଇ ହଜାର ହଜାର ସଂଖ୍ୟାରେ ଲୁହାପଥର, କୋଇଲା ଆଦି ବୋଝେଇ ଟ୍ରକ ଚଳାଚଳ ଯୋଗୁ ଟ୍ରାଫିକ ଜାମ ସହିତ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଥିଲା। ଫଳରେ ଏହାକୁ ନେଇ ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଇବା ଲାଗିବା ଫଳରେ ସହର ବାହାର ଦେଇ ନିର୍ମାଣ ହୋଇଥିବା ଏନ୍‌ଏଚ୍‌ ୪୯କୁ ଖୋଲି ଦିଆଯାଇଥିଲା ା ତେବେ ଖୋଲିବାର ସପ୍ତାହ ନ ପୁରୁଣୁ କୋହଳ ନିୟନ୍ତ୍ରଣ ବ୍ୟବସ୍ଥା କାରଣରୁ ପୁଣି ଥରେ ସହର ଦେଇ ଭାରିଯାନ ଚଳାଚଳ କରିବା ଫଳରେ ଅସନ୍ତୋଷ ଦେଖାଦେଇଛି ା ଏପରିକି ଗାନ୍ଧୀ ଛକ ନିକଟରେ ନିୟୋଜିତ ଟ୍ରାଫିକ ପୋଲିସଙ୍କୁ ମଧ୍ୟ ବାରମ୍ବାର ଗାଡି ଗୁଡିକ ଫେରାଇବାକୁ ପଡୁଛି ା ଫଳରେ ସେମାନଙ୍କୁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଣୁ ଏଭଳି ବେଆଇନ ଭାବେ ସହର ଦେଇ ଯାତାୟତ କରୁଥିବା ଭାରିଯାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଫାଇନ ଆାଦାୟ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ବିଜେଡିର ସବୁ ଗୁମର ଖୋଲିଦେଲେ ସନାତନ ମହାକୁଡ଼, କହିଲେ ପୂର୍ବ ସରକାର ଥିବାବେଳେ ଖଣିଖାଦାନରୁ ବହୁ…

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଆସିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଘଟଗାଁ ପରିକ୍ରମା ପ୍ରକଳ୍ପନ୍ତର ଭିତ୍ତି ପ୍ରସ୍ତର...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri