ଜାପାନରେ ପ୍ରବଳ ତୁଷାରପାତ, ୧୭ ମୃତ-୯୦ରୁ ଅଧିକ ଆହତ…

ଟୋକିଓ,୨୮।୧୨ : ଆମେରିକା ପରେ ବର୍ତ୍ତମାନ ଜାପାନ ତୁଷାରପାତର ଶିକାର ହୋଇଛି। ଏଠାରେ ପ୍ରବଳ ତୁଷାରପାତ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୯୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଗତ ସପ୍ତାହରୁ ଦେଶର ଉତ୍ତର ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ରାଜରାସ୍ତାରେ ଶହ ଶହ ଯାନବାହନ ଚଳାଚଳ ନ କରି ପଡ଼ି ରହିଛି। ଫଳରେ ଅତ୍ୟାବଶ୍ୟକ ଯୋଗାଣ ସେବା ବିଳମ୍ବ ହେଉଛି।

ଖ୍ରୀଷ୍ଟମାସ ସପ୍ତାହ ଶେଷରେ ଅଧିକ ତୁଷାରପାତ ଯୋଗୁ ମୃତ୍ୟୁସଂଖ୍ୟା ୧୭ ଏବଂ ଆହତଙ୍କ ସଂଖ୍ୟା ୯୩କୁ ବୃଦ୍ଧି ପାଇଛି ବୋଲି ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ସୂତ୍ରରୁ ପ୍ରକାଶ।

ଲୋକଙ୍କ ଘର ଛାତରୁ ବରଫ ଜମା ହୋଇ ରହିଛି। ବରଫ ହଟାଇବା ସମୟରେ ଏବଂ ଏକାକୀ କାମ ନକରିବା ପାଇଁ ପୌରସଂସ୍ଥା କାର୍ଯ୍ୟାଳୟ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି।

ରାଜଧାନୀ ଟୋକିଓର ୩୦୦ କିଲୋମିଟର ଉତ୍ତରରେ ଥିବା ୟାମାଗାଟା ପ୍ରିଫେକ୍ଟରର ନାଗାଇ ସହରରେ ୮୦ ସେଣ୍ଟିମିଟର ଅର୍ଥାତ୍‌ ପ୍ରାୟ ୨.୬ ଫୁଟର ତୁଷାରପାତ ହୋଇଛି।

Share