ଦାରିଙ୍ଗବାଡିରେ ପ୍ରବଳ ତୁଷାରପାତ: ମଜାନେଲେ ପର୍ଯ୍ୟଟକ

ଦାରିଙ୍ଗବାଡି,୧୧।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶନିବାର ପ୍ରବଳ ଜାଡ଼ ଅନୁଭୂତ ହେବା ସହ ଠାଏ ଠାଏ ତୁଷାରପାତ ହୋଇଛି। ପ୍ରତିବର୍ଷ ୯ରୁ ୧୫ ପର୍ଯ୍ୟନ୍ତ ଏହି ସମୟରେ ଅଞ୍ଚଳରେ ତୁଷାରପାତ ହେବା ନଜିର ରହିଥିବା ବେଳେ ସେହି ସମାନ ପ୍ରକ୍ରିୟା ଜାରି ରହିଛ। ହଠାତ ଅସହ୍ୟ ଜାଡ଼ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବା ସହ କାମ ଧନ୍ଦା ପାଇଁ ଲୋକ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡିଛି। ଦାରିଙ୍ଗବାଡିକୁ ଆସିଥିବା ପର୍ଯ୍ୟଟକ କିନ୍ତୁ ଶୀତର ମଜା ନେବା ସହ ତୁଷାରପାତ ଦେଖି ଆଶ୍ଚର୍ଯ୍ୟ ଅନୁଭବ କରିଛନ୍ତି। ପର୍ଯ୍ୟଟକ ମାନେ ବିଭିନ୍ନ ତୁଷାରପାତ ହୋଇଥିବା ସ୍ଥାନ ଗୁଡିକ ବୁଲୁଥିବା ବେଳେ ପର୍ଯ୍ୟଟନକ୍ଷେତ୍ର ବୁଲି ତାର ମଜା ନେଉଛନ୍ତି। ଆଜି ଦାରିଙ୍ଗବାଡିରେ ଶୀତ ମହୋତ୍ସବ ହେବାକୁ ରହିଥିବା ବେଳେ ଦାରିଙ୍ଗବାଡିରେ ତୁଷାରପାତକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଯାଇଛି। ଶୀତ ମହୋତ୍ସବ ପଡିଆରେ ମଧ୍ୟ ତୁଷାରପାତ ହୋଇଥିବା ସହ କଫି ବଗିଚା, ଇଲେକ୍ଟ୍ରି କାର୍ଯ୍ୟାଳୟ ନିକଟ, ଡୁଲୁରୀ, ଆଦି ଅଞ୍ଚଳରେ ତୁଷାରପାତ ହୋଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଜୋରଦାର୍‌ ଝଟ୍‌କା: ଯନ୍ତ୍ରଣାରେ ଛଟ୍‌ପଟ୍‌ ହୋଇ…

ନୂଆଦିଲ୍ଲୀ,୫।୨: ICC ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିଙ୍କ ଆଘାତର ଧାରା ଜାରି ରହିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ତାଲିକାରେ…

ସାଙ୍ଗ ନେଲା ସାଙ୍ଗର ଜୀବନ, ହତ୍ୟା କରି ଜରିରେ କରିଦେଲେ ପ୍ୟାକ୍‌, ୫ ଦିନ ପରେ ମିଳିଲା…

ବ୍ରଜରାଜନଗର, ୫।୨(ବିଜୟ ବରାଡ଼): ଝାରସୁଗୁଡା ବ୍ରଜରଜନଗର ଥାନା ରାମପୁର ଫାଣ୍ଡି ଆନ୍ତର୍ଗତ କୁକୁରିକାନୀ ପଡ଼ାର ଟାଙ୍ଗର ଘାଟ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି…

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା, ଏମାନେ ହେବେ ଉପକୃତ….

ଭୁବନେଶ୍ୱର,୫।୧: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା। ଏନେଇ ଗୁରୁବାର ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାମୁଦ୍ରିକ…

ନଡ୍ଡା-ଖାର୍ଗେ କଥା କଟାକଟି: ରାହୁଲଙ୍କୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୫।୨: ସଂସଦର ବଜେଟ ଅଧିବେଶନର ସପ୍ତମ ଦିନରେ ମଧ୍ୟ ଗୃହରେ ହୋହଲ୍ଲା ଜାରି ରହିଛି। ଗୁରୁବାର ଲୋକ ସଭା କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହୋଇଥିଲା। କିନ୍ତୁ…

ମମତା ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା, ୨୦ ଲକ୍ଷ କର୍ମଚାରୀଙ୍କୁ ୨୫% DA ଦେବାକୁ ନିର୍ଦ୍ଦେଶ

କୋଲକାତା,୫।୨: ପଶ୍ଚିମବଙ୍ଗ ସରକାର ଏବଂ କର୍ମଚାରୀଙ୍କ ମଧ୍ୟରେ ମହଙ୍ଗା ଭତ୍ତା (ଡିଏ) ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ପ୍ରାୟ ୨୦ ଲକ୍ଷ…

ଧାନ କିଣାକୁ ନେଇ ଅବ୍ୟବସ୍ଥା: ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଚାଷୀ

ଲଇକେରା, ୫।୨(ରଞ୍ଜନ କୁମାର ମେହେର ): ଝାରସୁଗୁଡା ଜିଲାରେ ବର୍ତ୍ତମାନ ଧାନ କିଣାକୁ ନେଇ ଘୋର ଅବ୍ୟବସ୍ଥା ଲାଗି ରହିଛି। ଗୁରୁବାର ସକାଳୁ ମଣ୍ଡିକୁ ଟ୍ରାକ୍ଟରରେ ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri