ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗୁରୁବାରରୁ ଲଗାତାର ବର୍ଷା ଯୋଗୁ ଗୁରୁତର ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ସମ୍ବଲପୁର ବିଶବିଦ୍ୟାଳୟ ଅଧୀନ କଲେଜ ଗୁଡିକରେ ଚାଲିଥିବା ଯୁକ୍ତତିନି ସେକେଣ୍ଡ ସେମିଷ୍ଟାର ପରୀକ୍ଷା ସ୍ଥଗିତ ରହିଥିଲା। ତେବେ ବର୍ଷାର ପ୍ରକୋପ ଥମି ନଥିବା ଯୋଗୁ ଶୁକ୍ରବାର ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଏ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୃକ୍ତ ମହାବିଦ୍ୟାଳୟ ଗୁଡିକୁ ଜଣାଇ ଛାତ୍ରୀଛାତ୍ରମାନଙ୍କୁ ଏହି ପରୀକ୍ଷା ସ୍ଥଗିତ ସମ୍ପର୍କରେ ତୁରନ୍ତ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥଗିତ ପରୀକ୍ଷାଗୁଡ଼ିକର ସଂଶୋଧିତ କାର୍ଯ୍ୟସୂଚୀ ଓ ନୂତନ ତାରିଖ ଖୁବଶୀଘ୍ର ଜଣାଇ ଦିଆଯିବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।