Categories: ଜାତୀୟ

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା

ଡେରାଡୁନ, ୩୦।୮: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ପଥରଖଣ୍ଡ ଖସି ଲୋକଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଜୁମ୍ମା ଗ୍ରାମର ଜାମ୍ରି ଏବଂ ତାର୍‌କୋଟଠାରେ ଏହି ବିପର୍ଯ୍ୟୟ ଘଟିଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ(ଏସ୍‌ଡିଆର୍‌ଏଫ୍‌) ଟିମ୍‌ ପକ୍ଷରୁ ଊଦ୍ଧାର କାର୍ଯ୍ୟ ଜାରି ରହିଥିବା ପିଥୋରାଗଡ଼ ଜିଲାପାଳ ଆଶିଷ ଚୌହାନ କହିଛନ୍ତି। ତେବେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଆଗେଇ ପାରିନାହିଁ। ଉଦ୍ଧାର କାର୍ଯ୍ୟ ଜୋର୍‌ଦାର କରିବାକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିର୍ଦ୍ଦେଶ ଦେଇଛନ୍ତି।

Share