ଲଗାଣ ବର୍ଷାରେ ସୁବର୍ଣ୍ଣପୁର ବେହାଲ୍‌

ସୋନପୁର,୩।୮(ମୃତ୍ୟୁଞ୍ଜୟ ଶତପଥୀ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ସହର ସମେତ ସମଗ୍ର ଜିଲାରେ ପରିସ୍ଥିତି ବେହାଲ୍‌ ହୋଇପଡିଛି। ଲୋକେ ଘରୁ ବାହାରକୁ ଯାଇ ପାରୁନାହାନ୍ତି। ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ସହରର ବିଭିନ୍ନ ଓ୍ବାର୍ଡରେ ଲୋକଙ୍କ ଘରେ ପାଣି ପଶିଛି। ପ୍ରାକୃତିକ ନାଳଗୁଡିକ ଜବରଦଖଲ କାରଣରୁ ବର୍ଷା ଜଳ ନିଷ୍କାସନ ଠିକ୍‌ ଭାବରେ ହୋଇପାରୁନି। ମ୍ୟୁନିସିପାଲିଟି ପକ୍ଷରୁ ଡ୍ରେନ୍‌ଗୁଡିକ ଠିକ୍‌ ଭାବେ ସଫେଇ ହୋଇ ନ ଥିବା କାରଣରୁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାରେ ଗତ ଶୁକ୍ରବାର, ଶନିବାର, ରବିବାର, ମଙ୍ଗଳବାର ଓ ବୁଧବାର ରେକର୍ଡ ପରିମାଣର ବର୍ଷା ହୋଇଥିବା ଜଣାପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ତମାମ ଜିଲାରେ ହାରାହାରି ୨୨୦.୧ ମିଲିମିଟର ବର୍ଷା ହୋଇଛି। ଖବର ଲେଖା ହେବା ବେଳକୁ ବୀରମହାରାଜପୁର ବ୍ଲକ ଅଞ୍ଚଳରେ ସର୍ବାଧିକ ୨୭୨.୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ଲଗାଣ ବର୍ଷା ପାଇଁ ସୁବର୍ଣ୍ଣପୁର ଜିଲାପାଳ ବିମଳେନ୍ଦୁ ରାୟ ବୁଧବାର ଜିଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଥିଲେ। ତେବେ ସ୍କୁଲଗୁଡିକୁ ଏ ସମ୍ପର୍କିତ ନିର୍ଦ୍ଦେଶ ବିଳମ୍ବରେ ମିଳିଥିଲା। ସକାଳେ ଖୋଲା ଯାଉଥିବା କେତେକ ସ୍କୁଲର ଛାତ୍ରୀଛାତ୍ର ସ୍କୁଲକୁ ଯାଇ ପୁଣି ପୂର୍ବାହ୍ନରେ ଫେରିଥିଲେ। ବୀରମହାରାଜପୁର ବ୍ଲକର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଉପରେ ବନ୍ୟାଜଳ ପ୍ରଭାବିତ ହେଉଛି। ମହାନଦୀ, ତେଲନଦୀ ସମେତ ଜିଲାର ପ୍ରମୁଖ ନଦୀ ଓ ନାଳଗୁଡିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ୍‌ ଡ୍ୟାମ୍‌ର ଅଧିକ ସଂଖ୍ୟକ ଫାଟକରୁ ବନ୍ୟା ଜଳ ଛଡା ହେଲେ ନଦୀକୂଳିଆ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିବ। ବୁଧବାର ବିନିକା ସହର ୧୦ ନମ୍ବର ଓ୍ବାର୍ଡରେ ବନ୍ୟା ପାଣି ପ୍ରବେଶ କରିଛି। ସେହିପରି ସୁବର୍ଣ୍ଣପୁର ସହର ଆମ୍ବେଡକର ଛକରେ କଲଭର୍ଟ ଓ ଡ୍ରେନ୍‌ ଜବରଦଖଲ କାରଣ ରୁ ମୁଖ୍ୟରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହେଉଛି।
୧ ନମ୍ବର ଓ୍ବାର୍ଡର ପ୍ରେସ କଲୋନି, ୨ ନମ୍ବର ଓ୍ବାର୍ଡର ଗୋକର୍ଣ୍ଣେଶ୍ୱର ପଡା, ମହାବୀର କଲେନୀ , ରାମଜୀ ନଗର, ମାଣିକେଶ୍ୱରୀ ମନ୍ଦିର ସମ୍ମୁଖ ଓ ଗ୍ରୀଡକୋ ଅଫିସ ସମ୍ମୁଖରେ ବର୍ଷା ଜଳ ରାସ୍ତାରେ ଜମି ରହିଛି। ବ୍ଲକ ଅଫିସ ଫାଟକ ସମ୍ମୁଖରେ ପାଣି ଜମି ରହିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସରକାରୀ କ୍ୱାଟର୍ସରେ ଡ୍ରେନ୍‌ ପାଣି ପ୍ରବେଶ କରିଛି । ଡ୍ରେନେଜ୍‌ ସିଷ୍ଟମ ଠିକ୍‌ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri