Posted inଜାତୀୟ

କଶ୍ମୀର, ହିମାଚଳରେ ବର୍ଷା ବିତ୍ପାତ: ୨୧ ମୃତ

ଶିମଲା/ଜମ୍ମୁ, ୨୯।୭(ପି.ଟି.): ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର ଏବଂ ଲଦାଖରେ ପ୍ରବଳ ବର୍ଷା ଯୋଗୁ ବୁଧବାର ୨୧ ଜଣଙ୍କର ମୃତ୍ୟୁ ଘଟିଛି। ଲଗାଣ ବର୍ଷାଜନିତ ବନ୍ୟାରେ ବହୁସଂଖ୍ୟାରେ ଘର ଭାଙ୍ଗିବା ସହ ଫସଲ ଏବଂ ବିଦ୍ୟୁତ୍‌ ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଛି।
କିସ୍ତଓ୍ବାରରେ ବାଦଲଫଟା ବର୍ଷା ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି। ଏଥିସହିତ ୧୯ଟି ଘର ଏବଂ ଏକ ରାଶନ ଡିପୋ ଭାଙ୍ଗିବା ସହ ଏକ ବ୍ରିଜ୍‌ କ୍ଷତିଗ୍ରସ୍ତ ହୋଇଛି। ଲଦାଖର କାର୍ଗିଲରେ ମୂଷଳ ଧାରାରେ ବର୍ଷା ହେବାଯୋଗୁ ଏକ କ୍ଷୁଦ୍ର ବିଦ୍ୟୁତ୍‌ ପ୍ରକଳ୍ପ ନଷ୍ଟ ହେବା ସହ ୧୨ଟି ଘର ଭାଙ୍ଗିଯାଇଛି। ସେହିପରି ହିମାଚଳପ୍ରଦେଶରେ ୧୪ ଜଣଙ୍କ ମୃତ୍ୟୁ ଘଟିବା ସହ ୨ ଆହତ ହୋଇଛନ୍ତି ଏବଂ ୪ ଜଣ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରୁ ଲହାଉଲ-ସ୍ପିଟିରେ ବନ୍ୟା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚାମ୍ବାରେ ୨ ଜଣ ପ୍ରାଣ ହରାଇଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶକ ସୁଦେଶ କୁମାର ମୋଖତା ସୂଚନା ଦେଇଛନ୍ତି। କୁଲ୍ଲୁ ଜିଲାରେ ଦିଲ୍ଲୀର ଜଣେ ପର୍ଯ୍ୟଟକଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ପୋଲିସ, ସେନା, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆର୍‌ଏଫ୍‌) ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବାଦଲଫଟା ବର୍ଷାରେ ଏତେ ସଂଖ୍ୟାରେ ଲୋକଙ୍କ ଜୀବନ ଯାଇଥିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଃଖ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ସ୍ଥିତି ଉପରେ ନଜର ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହ ପ୍ରଭାବିତ ଅଞ୍ଚଳକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ପୋଜିସ ଡିଜି ଦିଲବାଗ୍‌ ସିଂଙ୍କ ସହ କଥା ହୋଇ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri