Categories: ଜାତୀୟ

ଦିଲ୍ଲୀରେ ପ୍ରବଳ ବର୍ଷା: ୨ ମୃତ

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ପ୍ରବଳ ବର୍ଷା ପବନ ସାଙ୍ଗକୁ କୁଆପଥର ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ଜାମା ମସଜିଦ ଅଞ୍ଚଳରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ବାଲକୋନିରୁ ଖସିପଡ଼ି ପ୍ରାଣ ହରାଇଛନ୍ତି। ସେହିପରି ଉତ୍ତର ଦିଲ୍ଲୀରେ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଜାମା ମସ୍‌ଜିଦ୍‌ର ମଝି ଗମ୍ବୁଜ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଗଛ ବର୍ଷା ପବନରେ ଉପୁଡ଼ି ବିଭିନ୍ନ ଅଞ୍ଚଳରେ ଟ୍ରାଫିକ ଜାମ୍‌ ହୋଇଛି। ପବନର ଘଣ୍ଟାପ୍ରତି ବେଗ ୧୦୦ କିଲୋମିଟର ଥିଲା। ୨୦୧୮ ପରେ ଦିଲ୍ଲୀରେ ଏହା ସବୁଠୁ ବଡ଼ ଝଡ଼ ବୋଲି ପାଣିପାଗ ବିଭାଗ କହିଛି।

Share