Categories: ଜାତୀୟ

ଅମରନାଥରେ ବାଦଲଫଟା ବର୍ଷା: ୧୫ ମୃତ

ଶ୍ରୀନଗର,୯।୭: ଜମ୍ମୁ-କଶ୍ମୀର ଅମରନାଥରେ ବାଦଲଫଟା ବର୍ଷା ଯୋଗୁ ଶୁକ୍ରବାର ୧୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ନିଖୋଜ ଅଛନ୍ତି। ତୀର୍ଥସ୍ଥଳରେ ତିଆରି ହୋଇଥିବା ଟେଣ୍ଟ୍‌ ହାଉସ୍‌ ଓ ଅସ୍ଥାୟୀ ରୋଷଶାଳ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଘଟଣାସ୍ଥଳରେ ବର୍ଷା ଲାଗିରହିଛି। ଆହତମାନଙ୍କୁ ଏୟାର ଲିଫ୍ଟ ଜରିଆରେ ଡାକ୍ତରଖାନା ସ୍ଥାନାନ୍ତର କରାଯାଉଛି। ଜାତୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛନ୍ତି। କରୋନା କାରଣରୁ ଦୁଇବର୍ଷ ପର୍ଯ୍ୟନ୍ତ ଅମରନାଥ ଯାତ୍ରା ବନ୍ଦ ଥିବାବେଳେ ଚଳିତ ବର୍ଷ ଜୁନ ୩୦ରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା।

Share