ମାସେ ହେଲା ଅଫଗାନିସ୍ତାନରେ ପ୍ରବଳ ବର୍ଷା:ଗଲାଣି ୧୮୨ ଜୀବନ

କାବୁଲ,୨୫।୮: ଆଫଗାନିସ୍ତାନରେ ମାସେ ହେଲା ଲାଗିରହିଥିବା ପ୍ରବଳ ବର୍ଷା ଓ ବନ୍ୟାରେ ୧୮୨ ଜଣଙ୍କ ଜୀବନ ଗଲାଣି। ବନ୍ୟାରେ ୨୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୩,୦୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି। ଅଗଷ୍ଟ ୧୬ରୁ ୨୧ ମଧ୍ୟରେ ସର୍ବାଧିକ ୬୩ ଜଣ ପ୍ରାଣ ହରାଇଛନ୍ତି। ୧୩ଟି ପ୍ରଦେଶର ୮,୨୦୦ ପରିବାର ପ୍ରଭାବିତ ହୋଇଥିବା ବେଳେ ୩୦ ଜଣ ନିଖୋଜ ଥିବା ଜାତିସଂଘ ମାନବୀୟ ବ୍ୟାପାର ସମନ୍ବୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବର୍ଷା ଓ ବନ୍ୟା ଯୋଗୁ ଜୁନ୍‌ରେ ୧୯ ଏବଂ ଜୁଲାଇରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିଲା।

Share