Categories: ଜାତୀୟ

ପ୍ରବଳ ବର୍ଷା: ବମ୍ବେ ହାଇକୋର୍ଟ ଘୋଷଣା କଲା ‘ରେନି ଡେ’

ମୁମ୍ବାଇ, ୨୩।୯: ପ୍ରବଳ ବର୍ଷା ଯୋଗୁ ମୁମ୍ବାଇରେ ସାଧାରଣ ଜୀବନ ଯାତ୍ରା ଅଚଳ ହୋଇ ପଡ଼ିଛି। ରାସ୍ତାଘାଟରେ ଛାତିଏ ପାଣି ଜମି ରହିଛି। ଏହାକୁ ଦୃଷ୍ଟିରେ ରଖି ବମ୍ବେ ହାଇକୋର୍ଟ ପକ୍ଷରୁ ବୁଧବାରକୁ ‘ରେନି ଡେ’ ଛୁଟି ଘୋଷଣା କରାଯାଇଛି। କୋର୍ଟର ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏସମ୍ପର୍କରେ ମୁଖ୍ୟ ବିଚାରପତି ଦିପଙ୍କର ଦତ୍ତ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଗୁରୁବାରଠାରୁ କୋର୍ଟର ସମସ୍ତ କାର୍ଯ୍ୟ ସ୍ବାଭାବିକ ଭାବେ ଜାରି ରହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲରେ ତାଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଶୁଣାଣି ବୁଧବାର ହେବାକୁ ଥିଲା। ତେବେ ଏବେ ଏହା ସେପ୍ଟେମ୍ବର ୨୪ରେ ହେବ ବୋଲି ରିଆଙ୍କ ଆଇନଜୀବୀ ସତୀଶ ମାନିସିନ୍ଧେ କହିଛନ୍ତି।

Share