ପ୍ରବଳ ବର୍ଷାରେ ଆଫଗାନିସ୍ତାନରେ ବନ୍ୟା, ୩ ମୃତ, ୭ ଆହତ, ୭୦୦ରୁ ଅଧିକ ଘର ନଷ୍ଟ

କାବୁଲ,୨୬ ।୩: ଗତ ଦୁଇ ଦିନ ହେବ ଆଫଗାନିସ୍ତାନରେ ଲଗାଣ ବର୍ଷା ଯୋଗୁ ଆସିଥିବା ବନ୍ୟାରେ ଏବେ ପର୍ଯ୍ୟନ୍ତ ୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ଓ ୭ ଜଣ ଆହତ ହେଲେଣି । ଦେଶର ୯ଟି ଅଞ୍ଚଳରେ ୭୫୬ରୁ ଅଧିକ ଘର ଆଂଶିକ ଅଥବା ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ବଲ୍‌ଖ, ଜାବୁଲ, ଫରୟାବ, ନିମରୋଜ, ନାଂଗରହାର, କୁନାର, ନୁରିସ୍ତାନ ଓ ଲଗମନରେ ପଞ୍ଚଳ ବର୍ଷ ଓ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିର ପ୍ରବକ୍ତା ସହଫିହୁଲ୍ଲା ରହିମି କହିଛନ୍ତି, ପ୍ରଭାବିତ ପରିବାରଙ୍କୁ ଭୋଜନ, ଟେଣ୍ଟ, କମ୍ବଳ ଆଦି ନିହାତି ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି । ଏହାସହ ଏକ ଟିମ ପ୍ରଭାବିତ ଅଞ୍ଚଳର ଶୀଘ୍ର ସର୍ଭେ କରିବେ । ଖାମା ପ୍ରେସ ନିକଟରେ ଏନଡିଏମଏ ସୂତ୍ରକୁ ଆଧାର କରି କହିଥିଲା କି ଆଫଗାନିସ୍ତାନରେ ଅଚାନକ ଆସିଥିବା ବନ୍ୟା ଓ ଭୂକମ୍ପରେ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୬୦ରୁ ଅଧିକ ଆହତ ହୋଇଥିଲେ ।

Share