Categories: ଜାତୀୟ

ଦିଲ୍ଲୀରେ ବର୍ଷା ବିତ୍ପାତ

ନୂଆଦିଲ୍ଲୀ,୧୯।୮: ରାଜଧାନୀ ଦିଲ୍ଲୀରେ ବୁଧବାର ସକାଳୁ ପ୍ରବଳ ବର୍ଷା ଜାରି ରହିଛି। ଏହି ବର୍ଷା ଆହୁରି ୪-୫ ଦିନ ଲାଗି ରହିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଦିଲ୍ଲୀରେ ସକାଳୁ ବଜ୍ରପାତ ସହିତ ମୂଷଳାଧାରରେ ବର୍ଷା ଲାଗି ରହିଥିବା ବେଳେ କେତେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ରାସ୍ତାରେ ଅଣ୍ଟା ଲେଖାଏଁ ପାଣି ଜମା ରହିଥିବାରୁ ଲୋକଙ୍କୁ ଯିବାଆସିବାରେ ସମସ୍ୟା ହେବା ସହ ଟ୍ରାଫିକ୍‌ ଜାମ୍‌ ହୋଇଛି।

 

ଫଳରେ ଦିଲ୍ଲୀ ଟ୍ରାଫିକ୍‌ ପୋଲିସ ଓ ଗୁରୁଗ୍ରାମ ଟ୍ରାଫିକ୍‌ ପୋଲିସ ଆଲର୍ଟ ଜାରି କରିବା ସହ ଜଳାର୍ଣ୍ଣବ ରାସ୍ତାରେ ନ ଯିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ଦିଲ୍ଲୀର ଆଇଟିଓ, ମଦର ଡାଏରୀ ଅଣ୍ଡରପାସ, ମୟୁର ବିହାର ଫେଜ୍‌-୨ ପ୍ରମୁଖ ଅଞ୍ଚଳରେ ପାଣି ଭର୍ତ୍ତି ହୋଇଯାଇଛି। ସାକେତ ଅଞ୍ଚଳରେ ବର୍ଷା ଯୋଗୁ ଏକ କାନ୍ଥ ଗାଡିଗୁଡ଼ିକ ଉପରେ ପଡ଼ିଯିବାରୁ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି।

Share