କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଆସନ୍ତା ୨୩ରୁ ୨୪ ସେପ୍ଟେମ୍ବର ମଧ୍ୟରେ କୋରାପୁଟ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସୋମବାର ଏନେଇ ଜରୁରୀ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜିଲାପାଳଙ୍କ ଚିଠି ସଂଖ୍ୟା ୧୬୯୧/୨୦୨୬ ଅନୁଯାୟୀ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଆସନ୍ତା ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁମତି ବିନା ନିଜ ନିଜ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।ଆଇଏମ୍‌ଡିର ସ୍ୱତନ୍ତ୍ର ବୁଲେଟିନ୍‌କୁ ଆଧାର କରି ଏହି ସତର୍କତା ଜାରି କରାଯାଇଥିବା ବେଳେ, ନିର୍ଦ୍ଦେଶର ଉଲ୍ଲଂଘନକୁ ଗୁରୁତ୍ୱର ସହ ନିଆଯିବ ବୋଲି ଜିଲା ପ୍ରଶାସନ ସ୍ପଷ୍ଟ କରିଛି।

 

Dharitri – Odisha’s No.1 Odia Daily

 

Share