ରାଜଧାନୀରେ ପ୍ରବଳ ଝଡ଼ବର୍ଷା

ଭୁବନେଶ୍ୱର,୮ା୬(ବ୍ୟୁରୋ): ଗୁରୁବାର ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଅହସ୍ୟ ଖରା ହୋଇଥିବା ବେଳେ ଅପରାହ୍ନରେ ପ୍ରବଳ ଧୂଳିଝଡ଼ ସହ ବର୍ଷା ହୋଇଛି। ବିଶେଷକରି ପଟିଆ, ପ୍ରଶାନ୍ତିବିହାର, ଶିଖରଚଣ୍ଡି, ରଘୁନାଥପୁରରେ ଧୂଳିଝଡ଼ ହୋଇଛି। ଏହି ଧୂଳିଝଡ଼ ପରେ ପରେ ସାରା ଭୁବନେଶ୍ୱରରେ ଖୁବ୍‌ ଜୋର୍‌ରେ ପବନ ବହିବା ସହ ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଡାଳ ମଧ୍ୟ ଭାଙ୍ଗିପଡ଼ିଛି।