ସୁନ୍ଦରଗଡ଼ରେ ବାଦଲ ଫଟା ବର୍ଷା: ଜାତୀୟ ରାଜପଥରେ ଆଣ୍ଠୁଏ ପାଣି

କୁଆଁରମୁଣ୍ଡା,୧୪।୭(ମହେନ୍ଦ୍ର କୁମାର ସାହୁ)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପପ୍ରଭାବରେ ସୁନ୍ଦରଗଡ ଜିଲାରେ ବାଦଲ ଫଟା ବର୍ଷା ହୋଇଛି। ଏଥିରେ ବଣ, ପାହାଡ଼ ଘେରା କୁଆଁରମୁଣ୍ଡା ବ୍ଲକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗ୍ରାମ ଜଳବନ୍ଦୀ ହୋଇ ରହିଛି ।

ପାହାଡି ନାଳ ଫୁଲି ଗାଁରେ ପାଣି ପଶିଥିବା ବେଳେ ରାଜପଥରେ ଆଣ୍ଠୁଏ ଉପରେ ପାଣି ପ୍ରବାହିତ ହେଉଛି। ଏନେଇ ଉସ୍ରା ବ୍ରାହ୍ମଣ ବସ୍ତିର ସୁକାନ୍ତ କୁମାର ଶତପଥୀ କହିଛନ୍ତି, ସୋମବାର ସକାଳ ସାଢ଼େ ୭ଟାରେ ନାଳ ପାଣି ପଶିଛି। ଏହାଦ୍ବାରା ଘରର ବହୁ ସରଞ୍ଜାମ ନଷ୍ଟ ହୋଇଛି। ସେହିପରି ଅର୍ଜୁନ ସାହୁ, ମଙ୍ଗଳା କୁଜୁରଙ୍କ ଘରେ ପାଣି ପଶିଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷେ ଲଗାଣ ବର୍ଷା ଯୋଗୁ ଆଶା କର୍ମୀ ସ୍ନେହଲତା ମାଝୀଙ୍କ ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି। ଏପରିକି କୁଆଁରମୁଣ୍ଡା ତଲବସ୍ତି ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ଅଢେଇ ଫୁଟ ଉଚ୍ଚ ପାଣି ପ୍ରବାହିତ ହେଉଥିବାରୁ ବାଇକ୍‌ ଯାତାୟତରେ ଅସୁବିଧା ହେଉଛି।

ରାଜପଥ ଉପରେ ସ୍ଥାନୀୟ ଲୋକେ ଜାଲ ଧରି ମାଛ ମାରୁଛନ୍ତି। ଜଳ ସ୍ରୋତ ପ୍ରଖର ଥିବାରୁ ଅଧିକ ପାଣିକୁ ଯାଇ ଜାଲ ନ ପକାଇବାକୁ କୁଆଁରମୁଣ୍ଡା ଜିଲା ପରିଷଦ ସଭ୍ୟ ରାଜେନ୍ଦ୍ର କୁଜୁର ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ଏ ନେଇ କୁଆଁରମୁଣ୍ଡା ତହସିଲଦାର ଚନ୍ଦ୍ରଜିତ ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ବର୍ଷା ଜନିତ କ୍ଷୟକ୍ଷତି ନେଇ ଘଟଣାସ୍ଥଳ ପରିଦର୍ଶନ କରି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri