କୋରାପୁଟରେ ପ୍ରବଳ ବର୍ଷା, ବିପଦ ସଂକେତ ଉପରେ ମାଛକୁଣ୍ଡ ଡ୍ୟାମ୍‌

କୋରାପୁଟ/କୁନ୍ଦୁରା,୯ା୯(ଅମିତାଭ ବେହେରା/ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋଲାବ ନଦୀ ଫୁଲୁଥିବାରୁ କେତେକ ତଳିଆ ଅଞ୍ଚଳରେ ପାଣି ପଶିଛି। ଏଥିଯୋଗୁ ଲମତାପୁଟ ବ୍ଲକ ଅନକାଡ଼େଲିଠାରେ ଥିବା ମାଛକୁଣ୍ଡ ଡ୍ୟାମରେ ଜଳସ୍ତର ବିପଦ ସଂକେତ ଉପରେ ଥିବାରୁ ଡ୍ୟାମ୍‌ର ୨ ଗେଟ ଓ ଜଲାପୁଟରୁ ୩ ଗେଟ୍‌ ଏଭଳି ୫ ଗେଟ୍‌ ଖୋଲାଯାଇଛି। ମାଛକୁଣ୍ଡ ଡ୍ୟାମ୍‌ର ବିପଦ ସଙ୍କେତସ୍ତର ୨୫.୯୦ଫୁଟ ଥିବାବେଳେ ଜଳସ୍ତର ୨୫.୮୭ ଫୁଟ ରହିଛି। ଏହି ୨ ଗେଟ ଜରିଆରେ ପ୍ରତି ସେକେଣ୍ଡରେ ୪ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଥିବାବେଳେ ୪ ହଜାର କ୍ୟୁସେକ ଜଳ ଡ୍ୟାମ ଭିତରକୁ ପ୍ରବେଶ କରୁଛି। ସେହିପରି ଜଲାପୁଟ ଡ୍ୟାମ୍‌ର ବିପଦ ସଙ୍କେତସ୍ତର ୨୭୫୦ଫୁଟ ରହିଥିବା ବେଳେ ୨୭୪୯ ଫୁଟକୁ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଡ୍ୟାମ୍‌ର ୩, ୫ ଓ ୬ ନଂ ଗେଟ୍‌ ଖୋଲାଯାଇ ଜଳ ନିଷ୍କାସିତ ହେଉଛି। ଫଳରେ କୁନ୍ଦୁରା ବ୍ଲକର କୁରଲୁ ଓ ବିରି ନଦୀ ମଧ୍ୟ ଫୁଲୁଛିି। ଫଳରେ କୁନ୍ଦୁରା ଦୀଗାପୁରଠାରୁ ଘୁମରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷା ପ୍ରଭାବରେ କୁନ୍ଦୁରା ଓ କୋଟପାଡ ବ୍ଲକରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ବୈପାରୀଗୁଡା ବ୍ଲକରେ ସର୍ବାଧିକ ୧୭୦ ମି.ମି.ବର୍ଷା ହୋଇଛି। ବୈପାରୀଗୁଡା ଓ କୁନ୍ଦୁରା ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲା ଜରୁରିକଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ କହିଛନ୍ତି। ସେହିପରି କୋରାପୁଟ-ରାୟଗଡା ରାସ୍ତାର ବଙ୍ଗଳାଗୁଡାନ୍‌ଠାରେ ଥିବା ଏକ ବ୍ରିଜ ଉପରେ ବର୍ଷା ଜଳ ପ୍ରବାହିତ ହେବାରୁ ରାସ୍ତାର ୨ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି। ଜିଲାରେ ୫୫୮.୩ ମି.ମି.ବର୍ଷା ହୋଇଥିବା ସୂଚନା ମିଳିିଛି। ବୈପାରୀଗୁଡା ବ୍ଲକରେ ସର୍ବାଧିକ ୧୭୦ ମି.ମି. ଓ ଜୟପୁର ବ୍ଲକରେ ୧୨୦ ମି.ମି. ବର୍ଷା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri