ବରଗଡ଼ରେ ପ୍ରବଳ ବର୍ଷା

ବରଗଡ,୨୭।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ମଙ୍ଗଳବାର ରାତି ପ୍ରାୟ ୮ଟା ୪୦ ମିନିଟରୁ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁ ପୂର୍ବାପେକ୍ଷା ସାମାନ୍ୟ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ମାତ୍ର ବର୍ଷା ପ୍ରଭାବରେ ଅମ୍ବ ବଉଳ ଝଡି ଯାଇଛି। ଫଳରେ ଏଥର ଆମ୍ବ ଅମଳ ହ୍ରାସ ପାଇବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। ସେହିପରି ବିଭିନ୍ନ ପରିବା ଫସଲ ମଧ୍ୟ ପ୍ରଭାବିତ ହୋଇଛି।