ମାଲକାନଗିରି,୨୬।୯: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲାର ସମସ୍ତ ସ୍କୁଲକୁ ଶୁକ୍ରବାର ଛୁଟି ଘୋଷଣା କରାଯାଇଛି। ଫଳରେ ମାଲକାନଗିରି ଜିଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ। କିନ୍ତୁ ଶିକ୍ଷକମାନେ ସ୍କୁଲ୍ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ଅବପାତଜନିତ ବର୍ଷା ନେଇ ସ୍କୁଲ ଛୁଟି ଜିଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି।


