Categories: ଜାତୀୟ

କେରଳ ବନ୍ୟା: ବଢୁଛି ମୃତ୍ୟୁ ସଂଖ୍ୟା

ଥିରୁଭାନନ୍ତପୁରମ,୧୯ ।୧୦: କେରଳରେ ହୋଇଥିବା ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଏଠାରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହି ସଂଖ୍ୟା ୪୧ରେ ପହଞ୍ଚିଥିବା ଜଣାପଡିଛି । ମଙ୍ଗଳବାର ଇଡୁକ୍କି ଡ୍ୟାମର ୧୧ଟି ଗେଟ ଖୋଲାଯିବା ପରେ ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡିଛି । ଏହାକୁ ନେଇ ରେଡ ଆଲର୍ଟ ଜାରି କରାଯାଇଛି । କାରଣ ୨୦୧୮ରେ ଇଡୁକ୍କି ଡ୍ୟାମ ଖୋଲାଯିବା ପରେ ପେରିୟାର ନଦୀ କୂଳରେ ଥିବା ଜନବସତିର ଖୁବ୍ କ୍ଷତି ହୋଇଥିଲା । ଯାହା ଏଥର ହୋଇପାରେ ବୋଲି ଆଶଙ୍କା କରାଯାଇଛି । ସେପଟେ ପାଣିପାଗ ବିଭାଗ କହିଛି ୨୪ ଅକ୍ଟୋବର ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେପଟେ ଉତ୍ତରାଖଣ୍ଡରେ ବି ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।

Share