କୋରାପୁଟ,୨।୧୦(ଅମିତାଭ ବେହେରା ) ଲଘୁଚାପ ସାଙ୍ଗକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ଗୁରବାର ସକାଳୁ କୋରାପୁଟ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଏହା ଯୋଗୁ କୋରାପୁଟ – ରାୟଗଡା ୩୨୬ ଜାତୀୟ ରାଜପଥର ବଙ୍ଗଳାଗୁଡା ଗ୍ରାମ ନିକଟରେ ଥିବା ଅସ୍ଥାୟୀ ପୋଲ ଉପରେ ୪ ଫୁଟ୍ ବର୍ଷା ଜଳ ପ୍ରବାହିତ ହେଉଥିବାରୁ କୋରାପୁଟ – ରାୟଗଡା ମଧ୍ୟରେ ଗାଡି ଚଲା ଚଳ ବନ୍ଦ ରହିଛ। ଏହାଯୋଗୁ ରାସ୍ତାର ଉଭୟ ପ୍ରାଶ୍ୱରେ ବହୁ ଗାଡି ଅଟକ ରହିଥିବା ଜଣାଯାଇଛି। ଆଇଏମଡ଼ି ସୂଚନା ଅନୁଯାୟୀ, ଲଘୁଚାପ ଓ ଅବପାତ ନେଇ କୋରାପୁଟ ଜିଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି।


