ସରଗରମ ହେଲାଣି ପ୍ରଚାର

ବାରିପଦା ଅଫିସ,୧୧ା୩ ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ନିର୍ବାଚନ ସରଗରମ ହେବାରେ ଲାଗିଲାଣି। ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ୧୭ଜଣ ପ୍ରାର୍ଥୀ ଅଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚନୀ ପ୍ରଚାରକୁ ଓହ୍ଲାଇଛନ୍ତି। ଚା’ଖଟିରୁ ଆରମ୍ଭ କରି କ୍ଲବ ଓ ଜନଗହଳି ସ୍ଥାନରେ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଭୋଟରମାନେ କାହାକୁ ଅଧ୍ୟକ୍ଷ ଓ କାଉନସିଲର ଭାବେ ଚୟନ କରିବେ ତାହା ପରଖୁଛନ୍ତି। ଭୋଟରଙ୍କ ନିକଟତର ହେବା ପାଇଁ ରାଜନୈତିକ ଦଳଗୁଡ଼ିକ ଗୋଟିଚାଳନା କରୁଥିବା ବେଳେ ପ୍ରାର୍ଥୀମାନେ ଚିହ୍ନକୁ ଧରି ୱାର୍ଡ ୱାର୍ଡ ବୁଲୁଛନ୍ତି। ଏନେଇ କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।
ଚଳିତ ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ହେଉଛି। ୨୮ଟି ୱାର୍ଡରେ ଥିବା ୮୧ହଜାର ୨୨୨ଜଣ ଭୋଟର ନିଜ ଅଞ୍ଚଳର କାଉନସିଲର ଓ ଅଧ୍ୟକ୍ଷଙ୍କୁ ସିଧାସଳଖ ଭୋଟ ଦେଇ ନିର୍ବାଚିତ କରିବେ। ଏଥି ନିମନ୍ତେ ନାମାଙ୍କନପତ୍ର ଦାଖଲ ପରେ ପ୍ରାର୍ଥତ୍ପତ୍ର ଯାଞ୍ଚ ଶେଷ ହୋଇଛି। ୧୭ଜଣ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ସମସ୍ତଙ୍କ ପ୍ରାର୍ଥତ୍ପତ୍ର କାଏମ ରହିଛି। ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀଙ୍କୁ ନିର୍ବାଚନୀ ଚିହ୍ନ ମଧ୍ୟ ମିଳି ଯାଇଛି। ପ୍ରାର୍ଥତ୍ମାନେ ଦଳୀୟ କର୍ମକର୍ତ୍ତାଙ୍କୁ ସାଙ୍ଗରେ ନେଇ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି। ସହରରେ ବାଇକ୍‌ ରାଲି ମାଧ୍ୟମରେ ପ୍ରଚାର ପ୍ରସାର ଜୋର ଧରଛି। ପୋଷ୍ଟର ବ୍ୟାନର ମାଧ୍ୟମରେ ପ୍ରାର୍ଥୀଙ୍କ ପରିଚୟ ସହ ନିର୍ବାଚନୀ ପ୍ରସଙ୍ଗକୁୁ ଲୋକଲୋଚନକୁ ଆଣୁଛନ୍ତି। ସେହିପରି ସ୍ବାଧୀନ ପ୍ରାର୍ଥୀମାନେ ସମର୍ଥକଙ୍କୁ ନେଇ ୱାର୍ଡବାସୀଙ୍କ ମୌଳିକ ସମସ୍ୟା ପ୍ରତି ସର୍ବପ୍ରଥମେ ପ୍ରାଧାନ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ତେବେ ୨୮ଟି ୱାର୍ଡ ପାଇଁ ୧୧୬ଜଣ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ ରହିଛି। ଆଗାମୀ ୧୪ତାରିଖ ଅପରାହ୍ନ ୩ଟା ସୁଦ୍ଧା ଇଚ୍ଛୁକ ପ୍ରାର୍ଥୀମାନେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବା ପାଇଁ ସମୟ ରହିଥିବା ବେଳେ ସେହିଦିନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥତ୍ପତ୍ର ତାଲିକା ପ୍ରକାଶ ପାଇବ।