୩ ଜିଲାକୁ ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ (ହିଟ୍‌ ଓ୍ବେଭ୍‌) ଲାଗି ରହିବ। ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲାରେ ଅଧିକ ହିଟ୍‌ ଓ୍ବେଭ୍‌ ଅନୁଭୂତ ହେବ। ତେଣୁ ଏହି ତିନି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଶୁକ୍ରବାର ରାଜ୍ୟର ୪ ସହର ଭୁବନେଶ୍ୱର, ମାଲକାନଗିରି, ନୟାଗଡ଼ ଓ ବୌଦ୍ଧରେ ସର୍ବାଧିକ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହା ତଳକୁ କଟକ ଓ ଝାରସୁଗୁଡ଼ାରେ ୩୮.୪, ଅନୁଗୋଳ ୩୯.୧, ବାରିପଦା ୩୮.୬, ସମ୍ବଲପୁର, ଟିଟିଲାଗଡ଼ ଓ ସୋନପୁରରେ ୩୯.୫, ସୁନ୍ଦରଗଡ଼ ୩୭.୫, ହୀରାକୁଦ ୩୯.୧, ତାଳଚେର ୩୯.୫, ଭବାନିପାଟଣା ୩୮.୬, ବଲାଙ୍ଗୀରରେ ୩୯.୭ ଡିଗ୍ରୀ ରହିଛି।
ଅନ୍ୟପକ୍ଷରେ ତାତିରୁ ଆଶ୍ୱସ୍ତି ଦେବ ବର୍ଷା। ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କୋରାପୁଟ, ଗଞ୍ଜାମ, ଗଜପତି, ଯାଜପୁରରେ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ୨୮ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଏବଂ ୨୯ରେ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲାର କେତେକ ସ୍ଥାନରେ ଝଡ଼ତୋଫାନ ସହ ବଜ୍ରପାତ ହେବ। ଏସବୁ ଜିଲାରେ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି। ତେଣୁ ଏହି ଦୁଇଦିନ ଏ ସମସ୍ତ ଜିଲାକୁ ଝଡ଼ତୋଫାନ ଓ ବଜ୍ରପାତ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଏସ୍‌ସିବିରେ ଡ୍ୟୁଟି ସମୟରେ ଶୋଉଛନ୍ତି କର୍ମଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ,୧୭।୨ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ…

ଦାରିଙ୍ଗବାଡିରେ ମହମ୍ମଦ ମୋକିମ, ନୂଆ ଦଳ ଗଠନ ପୂର୍ବରୁ ସହଯୋଗ ଲୋଡିଲେ

ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ…

ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri