Categories: ଜାତୀୟ

ପ୍ରବଳ ତାତିରେ ବିଦ୍ୟୁତ୍‌ ସଙ୍କଟ ଘନେଇଲା, ରେଳବାଇ ନେଲା ନୂଆ ପଦକ୍ଷପ …

ନୂଆଦିଲ୍ଲୀ, ୨୮।୪ : ଦେଶର ତାତି ଲଗାତାର ବୃଦ୍ଧି ପାଉଥିବାବେଳେ ବହୁ ସ୍ଥାନରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ବିଦ୍ୟୁତ୍‌ କାଟ ହେଉଥିବାରୁ ଅସହ୍ୟ ତାତିରେ ଲୋକେ ଛଟପଟ ହେଉଛନ୍ତି। ଉତ୍ତରପ୍ରଦେଶ,ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ସମେତ ବହୁ ରାଜ୍ୟ ବିଦ୍ୟୁତ ସଙ୍କଟ ଦେଇ ଗତି କରୁଛି। ଏହା ସହିତ କୋଇଲା ଅଭାବ ଯୋଗୁ ସଙ୍କଟ ଅଧିକ ଘନେଇବାରେ ଲାଗିଛି।

ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ କୋଇଲା ଅଭାବକୁ ଦୃଷ୍ଟିରେ ରଖି ରେଳବାଇ ଏକ ବଡ ପଦକ୍ଷେପ ନେଇଛି। କୋଇଲା ପରିବହନ କରୁଥିବା ମାଲବାହୀ ଟ୍ରେନ୍‌କୁ ଯାତ୍ରୀବାହୀ ଟ୍ରେନ ପୂର୍ବରୁ ଗ୍ରୀନ୍‌ ସିଗନାଲ୍‌ ଦେବା ପାଇଁ ରେଳବାଇ ନିର୍ଦ୍ଦେଶ ଦେଇଛି।
ଏହା ବ୍ୟତୀତ, ଏପ୍ରିଲ ୨୮ ରୁ ୮ ଟି ଯାତ୍ରୀବାହୀ ଟ୍ରେନକୁ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି।

ତାପଜ ବିଦ୍ୟୁତ୍‌ କେନ୍ଦ୍ରକୁ ଶୀଘ୍ର କୋଇଲା ଯୋଗାଇବା ଲାଗି ରେଳବାଇ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଯାହାଦ୍ୱାରା ତାପଜ କେନ୍ଦ୍ରରେ କୋଇଲା ଷ୍ଟକ୍‌ ବଢ଼ାଯାଇ ପାରିବ ବୋଲି ରେଳବାଇ କହିଛି।

Share