ସାରା ଓଡ଼ିଶାରେ ତାତି: ୪୩ ଡିଗ୍ରୀ ଟପିଲା ଭୁବନେଶ୍ୱର

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସାରା ଓଡ଼ିଶାରେ ଡହ ଡହ ଖରା ସାଙ୍ଗକୁ ଗରମ ପବନ ଦେହକୁ ସିଝାଇ ଦେଉଛି। ପାରଦ ଏବେ ୪୩ ଡିଗ୍ରୀ ଟପିଥିବାବେଳେ ସହରଠୁ ଗାଁ, ରାସ୍ତାରୁ କୋଠା ସବୁକିଛି ତାତି ଯାଉଛି। ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଥିବାବେଳେ ସକାଳ ୧୦ରୁ ରାସ୍ତାଘାଟ ଖାଁଖାଁ ହୋଇଯାଉଛି। ରବିବାର ୨୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୮ ସହରରେ ୪୨ ଡିଗ୍ରୀ ଟପିିଥିଲା। ୪୩.୮ ଡିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଅପରପକ୍ଷରେ କଂକ୍ରିଟ ସହର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅଗ୍ନିବର୍ଷା ହୋଇଥିଲା। ଏଠାରେ ଦୁଇଦିନ ଧରି ପାରଦ ଉପରମୁହାଁ ଥିବାବେଳେ ରବିବାର ମଧ୍ୟ ସହରର ସର୍ବାଧିକ ତାପମାତ୍ରା ରେକର୍ଡ ଭାଙ୍ଗି ୪୩.୩ ଡିଗ୍ରୀ ଛୁଇଁଥିଲା। ୨୦୧୧ ପରଠାରୁ ଏପ୍ରିଲରେ ଏହା ତୃତୀୟ ସର୍ବାଧିକ ତାପମାତ୍ରା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ୨୦୧୬ ଏପ୍ରିଲ ୧୧ରେ ଭୁବନେଶ୍ୱରର ତାପମାତ୍ରା ୪୫.୮ ଡିଗ୍ରୀ ହୋଇଥିବାବେଳେ ୨୦୧୯ ଏପ୍ରିଲ ୧୬ରେ ୪୩.୭, ୨୦୨୨ ଏପ୍ରିଲ ୨୪ରେ ୪୩.୩ ଏବଂ ୨୦୨୧ ଏପ୍ରିଲ ୨୫ରେ ୪୩.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।
ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ରବିବାର ସୋନପୁର ପରେ ଭୁବନେଶ୍ୱର ଦ୍ୱିତୀୟ ଏବଂ ୪୩.୧ଡିଗ୍ରୀ ସହ ଅନୁଗୋଳ ତୃତୀୟ ଉତ୍ତପ୍ତ ସହର ରହିଥିଲା। ସେହିପରି ତାଳଚେର ୪୩, ବଲାଙ୍ଗୀର ୪୨.୩, ଝାରସୁଗୁଡ଼ା ୪୨.୨, ବାରିପଦା ଓ ବୌଦ୍ଧ ୪୨, ସମ୍ବଲପୁର ୪୧.୭, ଟିଟିଲାଗଡ଼ ଓ ଢେଙ୍କାନାଳ ୪୧.୬, ସୁନ୍ଦରଗଡ଼, ବରଗଡ଼ ଓ ନୟାଗଡ଼ ୪୧.୫, ଜଗତ୍‌ସିଂହପୁର ୪୧.୪, ଚାନ୍ଦବାଲି ଓ ଯାଜପୁର ୪୧.୨, ହୀରାକୁଦ ୪୧.୧, ଭବାନୀପାଟଣା, ଖୋର୍ଦ୍ଧା ଓ ଦେବଗଡ଼ ୪୧, ଭଦ୍ରକ ୪୦.୫, ପାରଳାଖେମୁଣ୍ଡିରେ ୪୦.୫, କେନ୍ଦୁଝର ୪୦.୪, କେନ୍ଦ୍ରାପଡ଼ା ୪୦.୨, ମାଲକାନଗିରି ଓ ଛତ୍ରପୁର ୪୦ ଡିଗ୍ରୀ ତାପମାତ୍ରା ରହିଥିଲା।
ଅନ୍ୟପକ୍ଷରେ ସୋମବାରଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ। ଏହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ। ୨୫ରେ ସୋନପୁର, ବୌଦ୍ଧ ଓ ବଲାଙ୍ଗୀର, ୨୬ରେ ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ମୟୂରଭଞ୍ଜ ଏବଂ ୨୭ ଓ ୨୮ରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଓ ମୟୂରଭଞ୍ଜରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ସୂଚନା ଦିଆଯାଇଛି। ତେବେ ଏହି ସମୟରେ କୋରାପୁଟ, ରାୟଗଡ଼ା, ମାଲକାନଗିରି, ଗଜପତି, ମୟୂରଭଞ୍ଜ, ନବରଙ୍ଗପୁର, ବାଲେଶ୍ୱର ଜିଲାର କିଛି ସ୍ଥାନରେ କାଳବୈଶାଖୀ ମଧ୍ୟ ହେବାର ସମ୍ଭାବନା ରହିଛି। ତେଣୁ ୨୮ ତାରିଖ ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ସମସ୍ତ ଜିଲାକୁ ପରାମର୍ଶ ଦେଇଛନ୍ତି। ପ୍ରଚାର ମାଧ୍ୟମରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ଓ ସଚେତନ କରିବା ସହ ବୟସ୍କ, ରୋଗାକ୍ରାନ୍ତ ଭଳି ଲୋକଙ୍କ ପ୍ରତି ଅଧିକ ଧ୍ୟାନ ଦେବାକୁ କୁହାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା ମଧ୍ୟରେ ବାହାରକୁ ବାହାରିଲେ ପ୍ରାକ୍‌ ସଚେତନତା ଅବଲମ୍ବନ କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri