Categories: ଜାତୀୟ

ଦିଲ୍ଲୀରୁ ରାଜସ୍ଥାନ ପର୍ଯ୍ୟନ୍ତ ହିଟ୍‌ ଓ୍ବେଭ

ନୂଆଦିଲ୍ଲୀ,୨୯।୩: ଉତ୍ତର ଭାରତରେ ଗତ କିଛି ଦିନରୁ ଦ୍ରୁତଗତିରେ ତାପମାନ ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ ଓ୍ବେଭ୍‌ ଜାରି କରାଯାଇଛି। ଜମ୍ମୁ ଡିଭିଜନ, ହିମାଚଳ ପ୍ରଦେଶ, ସୌରାଷ୍ଟ୍ର କଛ ଅଞ୍ଚଳରେ ଆଗାମୀ ୨ଦିନ ପର୍ଯ୍ୟନ୍ତ ଲୁ’ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ସେହିପରି ମଧ୍ୟପ୍ରଦେଶ, ବିଦର୍ଭ ଓ ରାଜସ୍ଥାନରେ ଆଗାମୀ ୪ଦିନ ପର୍ଯ୍ୟନ୍ତ ହିଟ୍‌ ଓ୍ବେଭ୍‌ ପ୍ରକୋପ ଜାରି ରହିବ। ଅନ୍ୟପଟେ ହରିଆଣା, ଦକ୍ଷିଣ ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗର କିଛି ସ୍ଥାନରେ, ପୂର୍ବ ମଧ୍ୟପ୍ରଦେଶ ଓ ଉତ୍ତର-ମଧ୍ୟ ମହାରାଷ୍ଟ୍ର ଭଳି ଅନେକ ସ୍ଥାନରେ ମାର୍ଚ୍ଚ ୩୦ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ହିଟ୍‌ ଓ୍ବେଭ୍‌ ଜାରି ରହିବ ବୋଲି ପାଣିପାଗ ବିଭାଗ ଚେତାବନୀ ଜାରି କରିଛି।

Share