Posted inଜାତୀୟ

ପ୍ରାଣଘାତି ହେଉଛି ପ୍ରଚଣ୍ଡ ଲୁ, ୟୁପି-ବିହାରରେ ୨୦୦ରୁ ଅଧିକ ମୃତ, ଓଡ଼ିଶାରେ ଗୋଟିଏ ଦିନରେ ୧୯ ମୃତ୍ୟୁ

ନୂଆଦିଲ୍ଲୀ,୩୧।୫: ଗତ କିଛି ଦିନ ହେବ ପ୍ରବଳ ଉତ୍ତାପ ଏବଂ ଗୁଳୁଗୁଳି ସାରା ଦେଶରେ ସମସ୍ତଙ୍କୁ ଅସ୍ତବସ୍ତ କରିଦେଇଛି। ଏହି ସମୟରେ, ନୌତପାରେ ତାପମାତ୍ରା ବୃଦ୍ଧି ନିଶ୍ୱାସ ନେବାରେ ଏକ ସମସ୍ୟା ସୃଷ୍ଟି କରିଛି। ଲୁ ଯୋଗୁଁ ଦେଶରେ ଦୁଇଶହରୁ ଅଧିକ ଲୋକ ପ୍ରାଣ ହରାଇଥିବା କୁହାଯାଉଛି।

ଅତ୍ୟଧିକ ଉତ୍ତାପ ବିହାରରେ ବିପର୍ଯ୍ୟୟରେ ପରିଣତ ହୋଇଛି। ଏଠାରେ ୧୨ଟି ଜିଲାରେ ୬୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫୦ରୁ ଅଧିକ ଲୋକ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଭୋଜପୁର, ରୋହତସ ଏବଂ ଔରଙ୍ଗାବାଦରେ ଅବସ୍ଥା ଆହୁରି ଖରାପ ହୋଇଛି। ପାଟନା ସମେତ ସମଗ୍ର ବିହାର ଡହଡହ ଗରମରେ ଜଳି ଯାଉଛି।
ଏଥି ସହିତ ଉତ୍ତରପ୍ରଦେଶରେ ମଧ୍ୟ ୧୬୦ରୁ ଅଧିକ ଲୋକ ହିଟ ଓ୍ବେଭ ଯୋଗୁଁ ପ୍ରାଣ ହରାଇଛନ୍ତି। ୟୁପିରେ ସର୍ବାଧିକ ୭୨ମୃତ୍ୟୁ ବାରାଣାସୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଘଟିଛି।
ବୁନ୍ଦେଲଖଣ୍ଡ ଏବଂ କାନପୁରରେ ୪୭ ଜଣଙ୍କର ମୃତ୍ୟୁ ହୋଇଛି। ଏଠାରେ ମହୋବାରେ ୧୪ ଜଣ ପ୍ରାଣ ହରାଇଲେ, ହମିରପୁରରେ ୧୩ଜଣଙ୍କର ମୃତ୍ୟୁ ହୋଇଛି, ପାଞ୍ଚ ଜଣଙ୍କର ବୃନ୍ଦାରେ ମୃତ୍ୟୁ ଘଟିଛି। ଏହା ବ୍ୟତୀତ କାନପୁରରେ ଚାରି ଜଣ ଏବଂ ଚିତ୍ରକୋଟରେ ଦୁଇ ଜଣଙ୍କ ମୃତ୍ୟୁୃ ସମ୍ପର୍କରେ ସୂଚନା ସାମ୍ନାକୁ ଆସିଛି।
ମେ’ ୩୦ ଗୁରୁବାର ଲକ୍ଷ୍ନୌରେ ୨୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି। ଏଠାରେ ସର୍ବାଧିକ ତାପମାତ୍ରା ୪୫.୧ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଏହାପୂର୍ବରୁ ମେ ୩୧, ୧୯୯୫ରେ ସର୍ବାଧିକ ତାପମାତ୍ରା ୪୬.୫ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା। ତେବେ ଚଳିତ ବର୍ଷ ହିଟ ଓ୍ବେଭରେ ଓଡ଼ିଶାରେ ଗୋଟିଏ ଦିନରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
ଫାଲୌଦି ଚଳିତ ବର୍ଷ ରାଜସ୍ଥାନର ସବୁଠାରୁ ଉତ୍ତପ୍ତ ଅଞ୍ଚଳ ହୋଇଛି। ଏଠାରେ ୫୦ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ଏହା ବ୍ୟତୀତ ଦିଲ୍ଲୀର ନଜାଫଗଡରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ମର୍କର ଏଠାରେ ୪୮ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri