Categories: ଫୁରସତ

ହାର୍ଟ ଆକୃତି ଦ୍ୱୀପ ବିକ୍ରି ପାଇଁ ଆଡ୍‌

ଜାଗ୍‌ରେବ୍‌: କ୍ରୋଏସିଆରେ ଥିବା ଏକ ହାର୍ଟ ଆକୃତିର ଦ୍ୱୀପ ଲଭର୍ସ ଦ୍ୱୀପ ଭାବେ ପରିଚିତ। ଆଡ୍ରିଆଟିକ୍‌ ସମୁଦ୍ରରେ ଥିବା ଗଲେସେନଜେକ୍‌ ଦ୍ୱୀପ ପାସମାନ୍‌ କେନାରେ ଅବସ୍ଥିତ। ତେବେ ଏହି ଲଭର୍ସ ଦ୍ୱୀପର ବିକ୍ରି ପାଇଁ ଆଡ୍‌ ବାହାରିଛି। ୧୪୨ ହଜାର ବର୍ଗମିଟର ଅଞ୍ଚଳରେ ଥିବା ଏହି ଦ୍ୱୀପର ୩୦ ହଜାର ବର୍ଗମିଟର ଜାଗା ବିକ୍ରି ପାଇଁ ଆଡ୍‌ ବାହାରିଛି, ଯାହାର ମୂଲ୍ୟ ରହିଛି ୧୩ ମିଲିୟନ୍‌ ୟୁରୋ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୧୫ କୋଟି। ତେବେ ସେହି ଦ୍ୱୀପରେ ହୋଟେଲ, ଭିଲ୍ଲା ଏବଂ ରେଷ୍ଟୁରାଣ୍ଟ ମଧ୍ୟ ନ ଥିବା ଜଣାପଡ଼ିଛି। ୭ ହଜାରରୁ ଊର୍ଦ୍ଧ୍ୱ ବର୍ଷ ପୂର୍ବରୁ ଏହି ଦ୍ୱୀପରେ ଲୋକେ ବାସ କରୁଥିବା କ୍ରୋଏସିଆର ଡିପାର୍ଟମେଣ୍ଟ ଅଫ୍‌ ଆର୍କିଓଲୋଜି ଅଫ୍‌ ଦି ୟୁନିଭର୍ସିଟି, ଜାଦର କହିଛି।

Share