କାନାଡାରେ ହୃଦୟ ବିଦାରକ ଦୁର୍ଘଟଣା

ଟରୋଣ୍ଟୋ,୧୪।୩: କାନାଡାରେ ଏକ ସଡ଼କ ଦୁର୍ଘଟଣାରେ ୫ ଭାରତୀୟ ଛାତ୍ରୀଛାତ୍ର ପ୍ରାଣ ହରାଇଛନ୍ତି। ସେମାନଙ୍କ ଭ୍ୟାନ ଓଣ୍ଟାରିଓ ହାଇଓ୍ବେରେ ଶନିବାର ଏକ ଟ୍ରାକଟର-ଟ୍ରେଲର ସହ ଧକ୍କା ହୋଇଥିବା ଭାରତୀୟ ହାଇ କମିଶନର ଅଜୟ ବିସାରିଆ ସୋମବାର କହିଛନ୍ତି।

ଟୁଇଟର ଜରିଆରେ ଭାରତୀୟ ଦୂତ ମୃତ ଛାତ୍ରୀଛାତ୍ରଙ୍କ ପରିବାର ପ୍ରତି ଦୁଃଖ ପ୍ରକାଶ କରିବା ସହ ଟରୋଣ୍ଟୋସ୍ଥିତ ଭାରତୀୟ ଦୂତାବାସ ପୀଡ଼ିତଙ୍କ ବନ୍ଧୁ ଏବଂ ପରିବାରକୁ ଯଥା ସମ୍ଭବ ସହାୟତା କରୁଥିବା ବିସାରିଆ ପ୍ରକାଶ କରିଛନ୍ତି।

“କାନାଡାରେ ହୃଦୟ ବିଦାରକ ଘଟଣା। ଶନିବାର ଟରୋଣ୍ଟୋ ପାଖରେ ଏକ ଗାଡ଼ି ଦୁର୍ଘଟଣାରେ ୫ ଭାରତୀୟ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ ହସ୍ପିଟାଲରେ ଅଛନ୍ତି। ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ରହିଛି” ବୋଲି ବିସାରିଆ ଟୁଇଟ୍‌ କରିଛନ୍ତି।

Share