Categories: ଜାତୀୟ

ଆଶିଷ ମିଶ୍ରାଙ୍କୁ ବଡ଼ ଝଟ୍‌କା

ଲକ୍ଷ୍ନୌ,୧୮।୪: ୟୁପିର ପ୍ରସିଦ୍ଧ ଲଖିମ୍‌ପୁର ଖେରୀ ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କୁ ଦିଆଯାଇଥିବା ଜାମିନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଜାମିନକୁ ଖାରଜ କରିବା ସହ ସର୍ବୋଚ୍ଚ ଅଦାଲତ ଆଶିଷ ମିଶ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟ ଫେବୃଆରୀ ୧୦ରେ ଆଶିଷ ମିଶ୍ରଙ୍କୁ ଜାମିନ ପ୍ରଦାନ କରିଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଜାମିନ ଆଦେଶ ଉପରେ ଆପତ୍ତି ଉଠାଇଥିଲେ।
ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ୩ରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଲଖିମ୍‌ପୁର ଖେରୀ ଜିଲା ଗସ୍ତକୁ ବିରୋଧ କରୁଥିବା ଚାରିଜଣ କୃଷକଙ୍କୁ ଏସୟୁଭି ଚଢାଇ ପରେ ହତ୍ୟା କରାଯାଇଥିଲା। ଏହି ମାମଲାରେ କେନ୍ଦ୍ର ମନ୍ତ୍ରୀ ମିଶ୍ରଙ୍କ ପୁଅ ଆଶିଷ ସମ୍ପୃକ୍ତି ଥିବା ପ୍ରମାଣ ହୋଇଛି। ଏହା ପରେ ପୋଲିସ ତାଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଥିଲା।

Share