Categories: ଜାତୀୟ

ଓକିଲଙ୍କ ଆନ୍ଦୋଳନ ଉପରେ ୧୪ରେ ଶୁଣାଣି

ନୂଆଦିଲ୍ଲୀ, ୩।୧୧: ଓଡ଼ିଶାର ବିଭିନ୍ନ ଜିଲାରେ ଆନ୍ଦୋଳନରତ ଆଇନଜୀବୀମାନେ କୋର୍ଟକୁ ଯାଉନାହାନ୍ତି। ସେମାନଙ୍କ କୋର୍ଟ ବର୍ଜନକୁ ବିରୋଧକରି ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଆଗତ ଏକ ଆବେଦନର ଶୁଣାଣି ଆସନ୍ତା ୧୪ ତାରିଖରେ କରିବାକୁ ବୁଧବାର ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଛନ୍ତି। ହାଇକୋର୍ଟଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶିବଶଙ୍କର ମିଶ୍ର ଉକ୍ତ ପିଟିଶନର ତ୍ୱରିତ ଶୁଣାଣି ପାଇଁ ସିଜେଆଇ ୟୁ.ୟୁ. ଲଲିତଙ୍କ ଖଣ୍ଡପୀଠରେ ନିବେଦନ କରିଛନ୍ତି।

ରେଜିଷ୍ଟ୍ରାରଙ୍କ କହିବା ହେଲା, କେବଳ ପଶ୍ଚିମ ଓଡ଼ିଶା ନୁହେଁ, ରାଜ୍ୟର ଅନ୍ୟ ଭାଗଗୁଡ଼ିକରେ ମଧ୍ୟ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଅନ୍ଦୋଳନ ଚଳାଇଥିବା ଓକିଲମାନେ ଅଦାଲତକୁ ଯାଉନାହାନ୍ତି। ଫଳରେ ନିମ୍ନ ଅଦାଲତଗୁଡ଼ିକରେ ବିଚାର ପ୍ରକ୍ରିୟା ବାଧିତ ହୋଇଛି। ତେଣୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ହାଇକୋର୍ଟ ରେଜିଷ୍ଟ୍ରାର ଅନୁରୋଧ କରିଛନ୍ତି।

Share