ନୂଆପଡା,୨୮ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ମଧୁସୂଦନ ଦାଶ ଯୋଗଦେଇ ୬୮ ଗୋଟି ବ୍ୟକ୍ତିଗତ ଓ ୨୦ ଗୋଟି ଗୋଷ୍ଠୀଗତ ମୋଟ ୮୮ ଅଭିଯୋଗ ଶୁଣାଣି କରି ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ଏସ୍ପି ଜିଆର୍ ରାଘବେନ୍ଦ୍ର, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲାପାଳ ଯୋଗେନ୍ଦ୍ର ମାଝୀ, ବ୍ଲକ ଅଧ୍ୟକ୍ଷା ଅନସୂୟା କୁମ୍ଭାର, ଜିଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଷୀ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲା ଓ ବ୍ଲକସ୍ତରୀୟ ଅଧିକାରୀ ଯୋଗଦେଇ ସହଯୋଗ କରିଥିଲେ।

