Posted inଫୁରସତ

ନୀରୋଗ ସ୍ବାସ୍ଥ୍ୟ ଓ ଜୀବନଧାରା

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ନିଜକୁ ନୀରୋଗ ରଖିବା ଲାଗି ଏକ ସନ୍ତୁଳିତ ଜୀବନଶୈଳୀର ଆବଶ୍ୟକତା ରହିଛି। ତା’ସହ ଖାଦ୍ୟପେୟ, ବ୍ୟାୟାମ ପ୍ରତି ଗୁରୁତ୍ୱ ଦେବା ଜରୁରୀ।
ଆମ ଶରୀରର ସମସ୍ତ କାର୍ଯ୍ୟ ଏକାଦଶ ଇନ୍ଦ୍ରିୟ ଦ୍ୱାରା ପରିଚାଳିତ। ଏହି ଇନ୍ଦ୍ରିୟଗୁଡ଼ିକ ମଧ୍ୟରୁ ପଞ୍ଚ ଜ୍ଞାନେନ୍ଦ୍ରିୟ (ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ବା ଓ ତ୍ୱଚା), ପଞ୍ଚ କର୍ମେନ୍ଦ୍ରିୟ (ବାକ୍‌, ପାଣି, ପାଦ, ପାୟୁ ବା ଗୁଜ ଓ ଉପସ୍ଥ ବା ଲିଙ୍ଗ) ଓ ଏକାଦଶ ଇନ୍ଦ୍ରିୟ ‘ମନ’କୁ ସଂଯୋଗକାରୀ ଇନ୍ଦ୍ରିୟ କୁହାଯାଏ। ଏଣୁ ମନ ଦ୍ୱାରା ଉପରୋକ୍ତ ଦଶଟି ଇନ୍ଦ୍ରିୟର କାର୍ଯ୍ୟ ପରିଚାଳିତ ହୋଇଥାଏ। ଏହି ମନର ସ୍ଥାନ ମସ୍ତିଷ୍କସ୍ଥିତ କପାଳ ମଧ୍ୟସ୍ଥ ଭ୍ରୂଲତା ଦ୍ୱୟ ସଂଯୋଗ ସ୍ଥଳ ଆଜ୍ଞାଚକ୍ରରେ ଉପସ୍ଥିତ। ତେଣୁ ମନକୁ ନିୟନ୍ତ୍ରଣ କରିବା ଦ୍ୱାରା ଶରୀରର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ଚାଲେ।
ଶରୀର ପୋଷଣ ପାଇଁ ଖାଦ୍ୟ ଆବଶ୍ୟକ। ଖାଦ୍ୟ ମଧ୍ୟ ସାତ୍ତ୍ୱିକ ହେବା ଆବଶ୍ୟକ। ଖାଦ୍ୟ ମାନ, ମାତ୍ରା ଓ ସମୟ ମଧ୍ୟ ଠିକ୍‌ ନିର୍ଦ୍ଧାରଣ ହେବା ଜରୁରୀ। ଆହାର ଗ୍ରହଣ ପୂର୍ବରୁ ଭଗବାନ୍‌ଙ୍କୁ ଅର୍ପଣ କରିବା ସହ ଗଣ୍ଡୁଷ କଲେ ଭଲ। ଭୋଜନ ଗ୍ରହଣ ସମୟରେ ବାର୍ତ୍ତାଳାପ ନ କରି, ଟିଭି ନ ଦେଖି ଖାଦ୍ୟ ଖାଆନ୍ତୁ। ଖାଇବାର ୧ଘଣ୍ଟା ପରେ ପାଣି ପିଇବା, ଥଣ୍ଡା ଜିନିଷ, ଆଇସ୍‌କ୍ରିମ୍‌ ଆଦି ନ ଖାଇବା ଦ୍ୱାରା ପାଚନ ଭଲ ଭାବେ ହୋଇଥାଏ। ବାରମ୍ବାର ଖାଇବା, ଅତ୍ୟଧିକ ପରିମାଣରେ ଖାଇବା, ତେଲ, ମାଛ, ମାଂସ ଓ ଅଣ୍ଡାଦି ଗରିଷ୍ଠ ଭୋଜନ ନିୟମିତ ବା ଅତ୍ୟଧିକ ସେବନ ଶରୀର ପାଇଁ କ୍ଷତିକାରକ। ଖାଦ୍ୟ ଖାଇବା ପରେ ତା’ର ପରିପାକ କ୍ରିୟା ସୂଚାରୁ ରୂପେ ହେବା ଆବଶ୍ୟକ। ଯଦି ଏହାର ପରିପାକ ଠିକ୍‌ ରୂପେ ନ ହୁଏ, ତେବେ ଏହାକୁ ଅପକ୍ୱ ଅନ୍ନ କୁହାଯାଏ। ଏହା ଦ୍ୱାରା ଖାଦ୍ୟ ପେଟରେ ଶଢ଼େ ଏବଂ ଟକ୍ସିକ୍‌ ବା ବିଷ ସୃଷ୍ଟି ହୋଇଥାଏ, ତାହାକୁ ଅମ୍ଳ କୁହାଯାଏ।
ପରିବେଶ ସହ ଆମ ଜୀବନ ଓତପ୍ରୋତ ଭାବେ ଜଡ଼ିତ। ତେଣୁ ପରିବେଶ ସନ୍ତୁଳନ, ନିର୍ମଳ ଓ ସୁସ୍ଥ ରହିଲେ ଆମ ଜୀବନ ସୁରକ୍ଷିତ ରହିବ। ଏହାର ସୁପ୍ରଭାବ ପ୍ରକୃତି ଓ ମନରେ ପ୍ରତିଫଳିତ ହୋଇ ଶରୀରରେ ନୂତନ ଉର୍ଜା ଉତ୍ପନ୍ନ ହେବ। ସୁସ୍ଥ ଶରୀର ପାଇଁ ପ୍ରାତଃକାଳରେ ଶଯ୍ୟାତ୍ୟାଗ ପୂର୍ବକ ଓଁ କାର ଉଚ୍ଚାରଣ, ଶଙ୍ଖନାଦ କରିବା, ଭଜନ, କୀର୍ତ୍ତନ, ପ୍ରାତଃଭ୍ରମଣ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ, ଯୋଗ, ଧ୍ୟାନ, ପ୍ରାଣାୟାମ କରିବା, ଏହାର ଏକ ଘଣ୍ଟା ପରେ ସ୍ନାନ କରି ପୂଜାପାଠ ଶେଷ କରି ହାଲୁକା ଭୋଜନ, ଦିବା ୧ ଘଟିକା ମଧ୍ୟରେ ମଧ୍ୟାହ୍ନ ଭୋଜନ ଓ ରାତ୍ର ୯ ଘଟିକା ମଧ୍ୟରେ ହାଲୁକା ରାତ୍ରଭୋଜନ କଲେ ନୀରୋଗ, ଦୀର୍ଘାୟୁ ଜୀବନଯାପନ କରିବେ।
– ଡା. ଆଶିଷ ବାନାର୍ଜୀ, ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ, ମୋ-୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri