ସୁସ୍ଥ ପରିବେଶ ଓ ଦୀର୍ଘାୟୁ ଜୀବନ

ସାରା ବିଶ୍ୱରେ ଦୈନନ୍ଦିନ ଜଳବାୟୁର ପରିବର୍ତ୍ତନ ସହ ଜନସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଆଜିର ଜନତା ଆଧୁନିକତା ପ୍ରତି ମାତ୍ରାଧିକ ଆକୃଷ୍ଟ ହେବା ସହ ଚାକଚକ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ବର୍ତ୍ତମାନ ପ୍ରକୃତି ଓ ପରିବେଶ ଏହାଦ୍ୱାରା ଯେଉଁଭଳି ଭାବରେ ପ୍ରଭାବିତ ହେଉଛି ତାହା ଚିନ୍ତାର କାରଣ ସାଜିଛି। କେବଳ ସେତିକି ନୁହେଁ, ଏହାର କୁପରିଣାମ ସ୍ବରୂପ ଆମର ଆଗାମୀ ଭବିଷ୍ୟତ ପିଢ଼ିଙ୍କ ପାଇଁ ଉପଯୁକ୍ତ ସ୍ବାସ୍ଥ୍ୟ, ସ୍ବଚ୍ଛ ଅମ୍ଳଜାନ, ସ୍ବାସ୍ଥ୍ୟ ଉପଯୋଗୀ ଜଳବାୟୁ ମିଳିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଆମ ଦେଶରେ ପ୍ରକୃତି ଓ ପରିବେଶ ଏପରି ପ୍ରଦୂଷିତ ହେବାରେ ଲାଗିଛି, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଦିଲ୍ଲୀ ସହର। ଦିଲ୍ଲୀ ସହରରେ ଗାଡ଼ି ମୋଟରରୁ ନିର୍ଗତ ଧୂଆଁ ଦ୍ୱାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପ ମାତ୍ରାଧିକ ବଢ଼ିଯିବା ଦ୍ୱାରା ଏପରି ସମସ୍ୟା ସୃଷ୍ଟି ହେଉଛି। ତେଣୁ ଏହି ସହରର ଜଳବାୟୁକୁ ପ୍ରଦୂଷଣମୁକ୍ତ କରିବା ନିମନ୍ତେ ଡିଜେଲ ଗାଡ଼ିକୁ ଚଲାଇବା ଉପରେ କଟକଣା କରାଯାଇଛି। ସେଠାକାର ଚାରିଚକିଆ ଗାଡ଼ିଗୁଡ଼ିକୁ ଭିନ୍ନ ଭିନ୍ନ କ୍ରମନ୍ବୟ ନମ୍ବରରେ ରାସ୍ତାରେ ଚଳାଇବା ପାଇଁ ଆଇନ କରାଯାଇଛି। ଏହାଦ୍ୱାରା କିଛି ମାତ୍ରାରେ ପ୍ରଦୂଷଣ ମୁକ୍ତରେ ଏହି ଆଇନ ସହାୟକ ହେଉଛି ସତ, କିନ୍ତୁ ଏପରି ପ୍ରଦୂଷିତ ଜଳବାୟୁ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ପୃଥିବୀପୃଷ୍ଠରେ ବହୁ କାଳରୁ ମାନବ ସଭ୍ୟତା ପ୍ରକୃତିର ବିଭିନ୍ନ ପ୍ରକାର ଘାତପ୍ରତିଘାତ ଏବଂ ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରି ତିଷ୍ଠିଆସିଛି। ହେଲେ କେତେକ କଥାର କୁପ୍ରଭାବ ବିଷୟରେ ମନୁଷ୍ୟ ଜାଣିଥିଲେ ମଧ୍ୟ ହେୟ ମନୋଭାବ ପ୍ରଦର୍ଶନ କରୁଛି। ଏହାଫଳରେ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ିଙ୍କ ସୁସ୍ଥ, ସରଳ ଓ ଦୀର୍ଘାୟୁ ଜୀବନ ଧାରା ଉପରେ ପ୍ରତିବନ୍ଧକ ସାଜିଛି। ତେଣୁ ବର୍ତ୍ତମାନଠାରୁ ବେଳ ଥାଉ ଥାଉ ପରିବେଶ ଦୂଷିତ ହେଉଥିବା କାରଣଗୁଡ଼ିକୁ ତର୍ଜମା କରି ସେଗୁଡ଼ିକର ପ୍ରତିକାର କରାଯିବା ନିହାତି ଦରକାର। ଏ ନେଇ କେବଳ ସରକାର ନୁହନ୍ତି, ବେସରକାରୀ ସଂସ୍ଥା ଏବଂ ଜନସାଧାରଣଙ୍କ ସହଯୋଗର ଆବଶ୍ୟକତା ରହିଛି। ନଚେତ ଭବିଷ୍ୟତ ପିଢ଼ି ଏକ ଅନ୍ଧକାର ଆଡ଼କୁ ଗତିକରିବ ଏଥିରେ ଦ୍ବିମତ ନାହିଁ।
ପରିବେଶ ପ୍ରଦୂଷିତ ହେବାର ଅନେକ କାରଣ ରହିଛି। ବହୁ ବର୍ଷ ଧରି ରହି ଆସିଥିବା ଶହ ଶହ ବୃକ୍ଷକୁ କାଟିଦେବା ଦ୍ୱାରା ଜଳବାୟୁରେ ଅମ୍ଳଜାନ ପ୍ରଚୁର ପରିମାଣରେ ହ୍ରାସ ପାଇବାକୁ ଲାଗୁଛି।
ତେଣୁ ଏହାକୁ ପୂରଣ କରିବା ଲାଗି ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଅଙ୍ଗାର ସଂଗ୍ରହ ନିମନ୍ତେ ମହୁଲ ବୃକ୍ଷ ତଳୁ ମହୁଲ ସଂଗ୍ରହ ନିମନ୍ତେ, ପୋଡୁଚାଷ ନିମନ୍ତେ, ମକା, ଧାନ ଅମଳ ପରେ ଜଙ୍ଗଲ ଓ ଜମିରେ ଅଗ୍ନି ସଂଯୋଗ କରିବା ହେତୁ ପ୍ରଚୁର ପରିମାଣର ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରୁଛି। ତା’ ସହ ଜଙ୍ଗଲରେ ବସବାସ କରୁଥିବା ବାଘ, ଭାଲୁ, ହାତୀ, ସିଂହ ଆଦି ବନ୍ୟପ୍ରାଣୀ ଅଗ୍ନି ଭୟରେ ଜନବସତି ଆଡ଼କୁ ମୁହଁାଇବା ଦ୍ୱାରା ମନୁଷ୍ୟମାନଙ୍କ ପ୍ରତି ସେମାନଙ୍କର ହିଂସ୍ର ଆଚରଣ ବୃଦ୍ଧି ପାଉଛି। ଏହାସହ ଅଗ୍ନି ସଂଯୋଗ ଦ୍ୱାରା ଭୂତଳରେ ରହି ଜମିକୁ ଉର୍ବର କରୁଥୁବା ଜିଆ, କଲିକତରା ଆଦି ବିଭିନ୍ନ କୀଟପତଙ୍ଗ ପୋଡି ମରିଯାଉଛନ୍ତି। ଏହାଦ୍ୱାରା ଜମିର ଉର୍ବରତା ହ୍ରାସ ପାଇବା ସହ ପ୍ରକୃତି ଓ ପରିବେଶର ସନ୍ତୁଳନ ଉପରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଆଉ ଏହାର ପ୍ରଭାବ ମଣିଷ ସମାଜ ଉପରେ ସିଧାସଳଖ ପ୍ରତୀୟମାନ ହେଉଛି।
ଭାରତର ବହୁଳ ଜନବସତି ସହରମାନଙ୍କରେ ବହୁସଂଖ୍ୟକ କଳକାରଖାନା ଗଢିଉଠିଛି। ଉକ୍ତ କଳକାରଖାନାଗୁଡ଼ିକର ନିର୍ଗତ ଦୂଷିତ ଜଳ ସମୁଦ୍ର ଓ ନଦୀର ଜଳକୁ ଖରାପ କରିବା ସହିତ ଜଳରେ ବସବାସ କରୁଥିବା ଜଳଚର ପ୍ରାଣୀ ସମୂହ ମୃତ୍ୟୁମୁଖରେ ପଡୁଛନ୍ତି। ତା’ ସହ ପାନୀୟ ଜଳ ମଧ୍ୟ ଦୂଷିତ ହେଉଛି। କାରଖାନାରୁ ନିର୍ଗତ ହେଉଥିବା ଦୂଷିତ ବାଷ୍ପ ବାୟୁମଣ୍ଡଳରେ ମିଶୁଛି ଏବଂ ଏହାର କୁପ୍ରଭାବ ଜନଜୀବନ ଉପରେ ପଡୁଛି। ଆମେମାନେ ସର୍ବାଧୁନିକତାକୁ ଆପଣେଇ ଦୈନନ୍ଦିନ ବିଭିନ୍ନ ବ୍ୟବହାରିକ ସାମଗ୍ରୀରେ ପ୍ଲାଷ୍ଟିକ ଓ ପଲିଥିନ ସହିତ ଓତପ୍ରୋତ ଭାବେ ଜଡିତ ହୋଇଛେ। ବର୍ତ୍ତମାନ ପରିସ୍ଥିତିରେ ଏହାର କୁପରିଣାମ ତଥା ଭୟାବହତାର ଆମେ ସାମ୍‌ନା କରୁଛେ। ବୈଜ୍ଞାନିକମାନଙ୍କ ଦ୍ୱାରା ସର୍ବେକ୍ଷଣ ତଥା ଅନୁସନ୍ଧାନରୁ ଜଣାଯାଇଛି ଯେ ନିମ୍ନମାନର ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ପ୍ଲେଟ, ପ୍ଲାଷ୍ଟିକ ଚେୟାର ଆଦି ସାମଗ୍ରୀର ବ୍ୟବହାର ପରେ ସେଗୁଡିକୁ ଫୋପାଡି ଦେବା ଦ୍ୱାରା ତାହା ବର୍ଜ୍ୟବସ୍ତୁ ପାହାଡ଼ ସଦୃଶ ଜମା ହୋଇରହୁଛି। ଏଗୁଡିକ ବିଘଟିତ ନ ହେବା ହେତୁ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି ଏବଂ ନଦୀ ଓ ସମୁଦ୍ରରେ ଭାସମାନ ଅବସ୍ଥାରେ ପଡି ରହିବା ଫଳରେ ଜଳ ମଧ୍ୟ ପ୍ରଦୂଷିତ ହେଉଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସର୍ବେକ୍ଷଣ ତଥା ଅନୁସନ୍ଧାନରୁ ଜଣାଯାଇଛି ଯେ ନିମ୍ନମାନର ପ୍ଲାଷ୍ଟିକ ବୋତଲରେ ଥିବା ପାଣି ପିଇବା ଓ ପ୍ଲାଷ୍ଟିକ ପ୍ଲେଟରେ ଖାଦ୍ୟ ଖାଇବା ଦ୍ୱାରା ପ୍ଲାଷ୍ଟିକର କିଛି ଅଂଶବିଶେଷ ଶରୀରକୁ ପ୍ରବେଶ କରୁଛି। ଏହା ବିଭିନ୍ନ ନୂତନ ରୋଗ ସୃଷ୍ଟିର କାରଣ ସାଜିଛି। ଆଜିର ମନୁଷ୍ୟ ସୌଖିନ ଓ ଆଧୁନିକତାକୁ ପ୍ରାଧାନ୍ୟ ଦେଇ ଆମର ପାରମ୍ପରିକ ରୀତିନୀତିକୁ ଅଣଦେଖା କରିଚାଲିଛି, ଯଦ୍ଦ୍ବରା ଆମର ପରିବେଶ ପ୍ରଦୂଷଣ ମୁକ୍ତ ହୋଇପାରୁନାହିଁ।
ଏ ସବୁ୍‌କୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ପରିବେଶ ସୁରକ୍ଷା ପାଇଁ ଗାଡି ମୋଟର ଚଳାଇବାକୁ କମାଇବା, ବ୍ୟାଟେରି ଗାଡି (e-ଭେହିକିଲ) ବ୍ୟବହାର କରିବା, ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାରକୁ ରୋକ ଲଗାଇବା, କଳକାରଖାନରୁ ନିର୍ଗତ ଜଳ ଓ ବାଷ୍ପକୁ ବୈଜ୍ଞାନିକ ପ୍ରଣାଳୀରେ ବିଘଟନ କରାଇବା ଦରକାର। ଏହାସହ ଆମେ ସମସ୍ତେ ନିଜ ନିଜର କ୍ଷେତ, ବାଡ଼ି, ବଗିଚାରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିବା, ନିଜ ବାସଗୃହ ପାଖରେ ତୁଳସୀ, ଆଲୋଭେରା, ପୋଦିନା ଆଦି ବିଭିନ୍ନ ଗଛ ଲଗାଇବା ଉଚିତ। ଏହାଦ୍ୱାରା ଆମେ ସ୍ବଚ୍ଛ ଅମ୍ଳଜାନ ପାଇପାରିବା। ଆମ ଜୀବନର ମୂଳ ଲକ୍ଷ୍ୟ ହେଲା ସୁସ୍ଥ, ନୀରୋଗ ଓ ଦୀର୍ଘାୟୁ ହେବା। ଏହା ନିମନ୍ତେ ସ୍ବଚ୍ଛ ଅମ୍ଳଜାନର ହିଁ ଆବଶ୍ୟକତା ରହିଛି। ସ୍ବଚ୍ଛ ଅମ୍ଳଜାନ ଗ୍ରହଣ ଦ୍ୱାରା ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହାବ୍ୟତୀତ ଆମେ ସମ୍ମୁଖୀନ ହେଉଥିବା ବିଭିନ୍ନ ରୋଗକୁ ପ୍ରତିରୋଧ କରି ଦୀର୍ଘାୟୁ ଭାବେ ବଞ୍ଚି ରହିପାରିବା l

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri