ସ୍ବାସ୍ଥ୍ୟୋପକାରୀ ଅମୃତଭଣ୍ଡା

ଆମର ଦୈନନ୍ଦିନ ତରକାରିରେ ବ୍ୟବହାର କରୁଥିବା ପରିବା ମଧ୍ୟରେ ଅମୃତଭଣ୍ଡା ଅନ୍ୟତମ। ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ। ଏହାର ପତ୍ରରେ ଜୀବନ ରକ୍ଷାକାରୀ ଔଷଧୀୟ ଗୁଣବତ୍ତା ଭରପୂର ହୋଇ ରହିଛି। ଆମ ଭାରତୀୟ ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ଅମୃତଭଣ୍ଡା ପତ୍ର ଓ ଫଳ ସ୍ବାସ୍ଥ୍ୟ ପାଇଁ ବହୁ ଉପଯୋଗୀ ବୋଲି ଉଲ୍ଲେଖ ରହିଛି। ଅମୃତଭଣ୍ଡା ପତ୍ରର ସ୍ବରସରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗକୁ ପ୍ରତିରୋଧ କରିବାର କ୍ଷମତା ରହିଛି। ଏହାର ପତ୍ରରେ ଭିଟାମିନ୍‌-ଏ, ବି, ସି, ଡି, ଇ ପୋଷକତତ୍ତ୍ୱ, ଖଣିଜପଦାର୍ଥ ଓ କ୍ୟାଲସିୟମ ରହିଛି। ଅମୃତଭଣ୍ଡା ପତ୍ରର ସ୍ବରସ ସେବନ କରିବାର ୨୪ ଘଣ୍ଟା ଭିତରେ, ଶରୀରରେ ଡବ୍ଲ୍ୟୁବିିସି (ଶ୍ୱେତ ରକ୍ତକଣିକା) ଓ ‘ପ୍ଲେଟଲେଟ’ର ମାତ୍ରା ତୁରନ୍ତ ବୃଦ୍ଧି ପାଇଥାଏ। ଏହି ସ୍ବରସ ପ୍ରାୟତଃ ୩-୫ ଦିନ ସେବନ କରିବା ଦ୍ୱାରା ରୋଗୀ ଶୀଘ୍ର ସୁସ୍ଥ ହୋଇଥାଏ। ବୟସ୍କ ଓ ପିଲା ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେଲେ ଉଭୟେ ଅମୃତଭଣ୍ଡା ପତ୍ର ସ୍ବରସକୁ ଔଷଧ ରୂପେ ସେବନ କରିପାରିବେ। ବର୍ତ୍ତମାନ ଅମୃତଭଣ୍ଡା ପତ୍ର ସ୍ବରସରୁ ବଟିକା ପ୍ରସ୍ତୁତ କରାଯାଇ ଚରକ, ଡାବର, ହିମାଳୟ, ଆଦି ବିଭିନ୍ନ ଔଷଧ କମ୍ପାନୀଙ୍କ ଦ୍ୱାରା ବଜାରରେ ବିକ୍ରି ହେଲାଣି। ଅମୃତଭଣ୍ଡା ପତ୍ର ସ୍ବରସ ସେବନ ଦ୍ୱାରା ଡେଙ୍ଗୁ, ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ରୋଗୀକୁ ଉପଶମ କରିବା ସହ କର୍କଟ, ସ୍ତନ କର୍କଟ, ହୃଦ୍‌ରୋଗ, ମଧୁମେହ ରୋଗୀଙ୍କ ପାଇଁ ଅନେକାଂଶରେ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ଶରୀରରେ ଇନ୍‌ସୁଲିନ୍‌ର ମାତ୍ରାକୁ କେତେକାଂଶରେ ସନ୍ତୁଳିତ ରଖିଥାଏ। ଥଣ୍ଡା କାଶରୁ ଏହା ଉପଶମ ଦେବା ସହ ଉଚ୍ଚ ରକ୍ତ ଚାପକୁ ସନ୍ତୁଳିତ ରଖିଥାଏ। ଏହାର ପତ୍ରକୁ ଶୁଖାଇ ଉଷୁମ ପାଣିରେ ବାଟି ପେଷ୍ଟ କରି ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ଦୂର ହୋଇଥାଏ। ଅମୃତଭଣ୍ଡା ପତ୍ରର ସ୍ବରସ ଟିକେ କଡ଼ା, କିନ୍ତୁ ଆମ ସ୍ବାସ୍ଥ୍ୟ ପାଇଁ ଏହା ଅନେକାଂଶରେ ଉପକାରୀ। ଏହା ଶରୀରରେ ଓଜନ ହ୍ରାସ କରାଇଥାଏ। ମେଦବହୁଳତା ସମସ୍ୟା ସହ ଜଡ଼ିତ ବ୍ୟକ୍ତି ପ୍ରତିଦିନ ଖାଲି ପେଟରେ ଅମୃତଭଣ୍ଡାକୁ ସିଝାଇ ସକାଳୁ ଖାଇପାରନ୍ତି। ଅମୃତଭଣ୍ଡାରେ ଶରୀରରେ ହେଉଥିବା ମାରାତ୍ମକ ରୋଗକୁ ପ୍ରତିରୋଧ କରିବା କ୍ଷମତା ଏଥିରେ ରହିଛି। ପେଟରେ ସୃଷ୍ଟି ହେଉଥିବା ଅମ୍ଳକୁ ହ୍ରାସ କରାଇବା, ପେଟ ସଫା ରଖିବା, ହଜମ ପ୍ରକ୍ରିୟାକୁ କ୍ରିୟାଶୀଳ କରାଇବା ସହ ମଳକଣ୍ଟକ, ଅତ୍ୟଧିକ ରକ୍ତସ୍ରାବକୁ କମାଇବା, ନାରୀମାନଙ୍କ ମାସିକ ଋତୁସ୍ରାବ ଅନିୟମିତତାକୁ ନିୟମିତ କରିବା ସହ ଶରୀରରେ ପୀଡ଼ାକୁ ପ୍ରଶମିତ କରିଥାଏ। ଏହା ପେଟର ଯାବତୀୟ ରୋଗ ଉପଶମ କରିବା ସହ ତ୍ୱଚାକୁ ସତେଜ ରଖିଥାଏ। ଅମୃୃତଭଣ୍ଡାରେ ତନ୍ତୁଜାତୀୟ ପଦାର୍ଥ ରହିଛି, ଯାହାକି ସ୍ବାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅମୃତଭଣ୍ଡାକୁ ବିଭିନ୍ନ ପ୍ରକାର ତରକାରି କରି ଖିଆଯାଇଥାଏ। ପାଚିଲା ଅମୃତଭଣ୍ଡା ସୁସ୍ବାଦୁ ଏବଂ ସ୍ବାସ୍ଥ୍ୟ ପାଇଁ ଉପକାରୀ। ଏଥିରେ ବହୁମାତ୍ରାରେ ଜୀବନୀ ଶକ୍ତି ରହିଛି। ଅମୃତଭଣ୍ଡାକୁ
କଞ୍ଚା ଓ ପାଚିଲାରେ ବହୁ ମାତ୍ରାରେ ଖାଦ୍ୟ ଭାବେ ଖାଇବା ନିତାନ୍ତ ଜରୁରୀ। ଏପରି ସ୍ବାସ୍ଥ୍ୟୋପଯୋଗୀ ଅମୃତଭଣ୍ଡାକୁ ଆମେ ନିଜ ନିଜର ବାଡ଼ିବଗିଚାରେ ଲଗାଇବା ଉଚିତ, ଯଦ୍ଦ୍ବାରା ଆମେ କିଛି ମୁକ୍ତ ଅମ୍ଳଜାନ ପାଇବା ସହ ସହଜରେ ଏହି ଫଳ ପାଇପାରିବା।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ରେ ବେକରେ ଲାଗିଥିଲା ଗୁଳି

ଟୋକିଓ,୨୧।୧: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର...

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ।...

ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି

କଟକ,୨୧ା୧: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ...

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri