Categories: ଜାତୀୟ

କରୋନା ଆକ୍ରାନ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲେ ସ୍ବାସ୍ଥ୍ୟ କର୍ମୀ

ମୁମ୍ବାଇ, ୧୪ା୪ – ଅନ୍ଧେରୀ ସ୍ଥିତ ଏକ ହୋଟେଲରେ କ୍ୱାରେଣ୍ଟିନରେ ଥିବା ଜଣେ କୋଭିଡ୍‌ ୧୯ ଆକ୍ରାନ୍ତଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି ଜଣେ ସ୍ବାସ୍ଥ୍ୟ କର୍ମୀ। ଏ ନେଇ ବୁଧବାର ପୋଲିସ ପକ୍ଷରୁ କୁହାଯାଇଛି।

ପୀଡ଼ିତା ସୋମବାର ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ କରି ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ପୋଲିସର ସୂଚନା ଅନୁଯାୟୀ, କୋଭିଡ୍‌ ପଜିଟିଭ ଚିହ୍ନଟ ହେବା ପରେ ପୀଡ଼ିତା ଅନ୍ଧେରୀର ଏମ୍‌ଆଇଡିସି ଅଞ୍ଚଳର ଏକ ହୋଟେଲ ରୁମ୍‌ରେ କ୍ୱାରେଣ୍ଟିନରେ ରହୁଥିଲେ। ତାଙ୍କୁ ଟଣାଓଟରା କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ସ୍ବାସ୍ଥ୍ୟକର୍ମୀ। ଅଭିଯୋଗ ଭିତ୍ତିରେ ପୋଲିସ ଆଇପିସିର ଧାରା ୩୫୪ ରେ ମାମଲା ଦାୟର କରି ଘଟଣାର ଅଧିକ ତଦନ୍ତ ଚଲାଇଛି।

Share