ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ଚାଉଳ ଧୁଆ ପାଣି

ସାଧାରଣତଃ ଭାରତରେ ଅଧିକ ଲୋକ ପ୍ରତିଦିନ ଭାତ ଖାଇଥାନ୍ତି। ଭାତ ପ୍ରସ୍ତୁତ କରିବା ବେଳେ ଚାଉଳ ଭଲ ଭାବେ ଧୋଇ ତା ପାଣି ଫୋପାଡି ଦିଆଯାଏ। କିନ୍ତୁ ଆପଣ ଜାଣନ୍ତି କି ଚାଉଳ ପାଣି ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ। ପ୍ରତିଦିନ ଏହି ପାଣି ପିଇଲେ ଅନେକ ରୋଗ ଦୂର ହୋଇପାରିବ।

-ଚାଉଳ ପାଣିରେ ଫାଇବର ଭରପୂର ମାତ୍ରାରେ ଥାଏ। ଏହା ମେଟାବୋଲିଜିମ ବୃଦ୍ଧି କରିବାରେ ସାହାଯ୍ୟ କରେ। ଏହା ବ୍ୟତୀତ ହଜମ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରେ। -ଡାଇରିଆ ଭଳି ସମସ୍ୟା ପାଇଁ ଚାଉଳ ପାଣି ଉଭୟ ପିଲା କିମ୍ବା ବୟସ୍କଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ।
-ଚାଉଳ ଧୁଆ ପାଣି ଶରୀର ପାଇଁ ସର୍ବୋତ୍ତମ ଶକ୍ତି ଉତ୍ସ। ଏଥିରେ କାର୍ବୋହାଇଡ୍ରେଟ ପ୍ରଚୁର ପରିମାଣରେ ଥାଏ। ସକାଳେ ଏହି ପାଣି ପିଇବା ଦ୍ୱାରା ଶକ୍ତି ବୃଦ୍ଧି ହୋଇ ଥାଏ।
– ଭାଇରାଲ ସଂକ୍ରମଣ କିମ୍ବା ଜ୍ୱର ହୋଇଥିଲେ ଚାଉଳ ଧୁଆ ପାଣି ପିଅନ୍ତୁ। ଏହା ଶରୀରରେ ଅତ୍ୟାବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଯୋଗାଇବ। ଯାହା ଆପଣଙ୍କୁ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିବ।
– ଚାଉଳ ପାଣି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଚାଉଳରେ କମ ସୋଡିୟମ ଥାଏ ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଆବଶ୍ୟକ।
-ତ୍ୱଚାର ଚମକ ବଢାଇବା ପାଇଁ ଚାଉଳ ଧୁଆ ପାଣି ବ୍ୟବହାର କରିପାରିବେ। ଏହାଦ୍ୱାରା ତ୍ୱଚାରେ ଚମକ ଆସିବ।