ଗଞ୍ଜାମ ଜିଲା ରେଡ୍‌ଜୋନରେ ଚାଲିଛି ସ୍ବାସ୍ଥ୍ୟ ସ୍କ୍ରିନିଂ: ୧.୫୦ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିଲାଣି ଡାକ୍ତରୀ ଟିମ୍‌

ଛତ୍ରପୁର, ୨୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ସହ ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏଥିସହ ସଂକ୍ରମଣ ବ୍ୟାପୁଥିବାରୁ ଜ଼ିଲାବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଅପରପକ୍ଷରେ ଜିଲାର ରେଡ୍‌ ଜୋନ୍‌ରେ ଥିବା ଗାଁ ମାନଙ୍କରେ ମେଗା ସ୍ବାସ୍ଥ୍ୟ ସ୍କ୍ରିନିଂ ଚାଲିଛି। ଡାକ୍ତରୀ ଟିମ୍‌ ରେଡ୍‌ ଜୋନରେ ଥିବା ଘରର ଦୁଆରକୁ ଯାଇ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ କରୁଛନ୍ତି। ରବିବାର ସୁଦ୍ଧା ଜ଼ିଲାର ୩୪ ହଜାର ୮୧୮ ଘରର ୧ଲକ୍ଷ ୫୦ ହଜାର ୩୯ ଜଣଙ୍କ ସ୍କ୍ରିନିଂ ହୋଇଛି। ଏ ନେଇ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌କରି ସୂଚନା ଦେଇଛନ୍ତି। ଲକ୍ଷଣ ଥିବା ଲୋକେ ଆଇସୋଲଶନ ଓ କ୍ୱାରାଣ୍ଟାଇନରେ ଅଛନ୍ତି।