Categories: ଫୁରସତ

ଶିଶୁଙ୍କ ସ୍ବାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ

କୁହାଯାଏ ଆଜିର ଶିଶୁ କାଲିର ନାଗରିକ। ତେଣୁ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସର୍ବୋପରି ଭାବେ ବିବେଚନା କରାଯାଇଥାଏ। ଦେଶର ପ୍ରତ୍ୟେକ ଶିଶୁଙ୍କୁ କୃମି ମୁକ୍ତ କରିବା ପାଇଁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ଫେବୃୟାରୀ ୧୦ରେ ଏକ ରାଷ୍ଟ୍ରୀୟ ପଦକ୍ଷେପ ସ୍ବରୂପ ଜାତୀୟ କୃମିନାଶ ଦିବସ ପାଳନ କରାଯାଇଥାଏ। ଅଳ୍ପ ସମୟ ମଧ୍ୟରେ ବହୁ ସଂଖ୍ୟକ ପିଲାଙ୍କ ନିକଟରେ ପହଞ୍ଚତ୍ବା ସହିତ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବା ପାଇଁ ଏହା ହେଉଛି ସର୍ବ ବୃହତ ଜନସ୍ବାସ୍ଥ୍ୟ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ୨୦୧୫ ଠାରୁ କାର୍ଯ୍ୟକାରୀ ହେଉଛି। ହେଲମିନ୍ଥସ କୃମି ମଳ ଦ୍ୱାରା ଦୂଷିତ ମାଟି ମାଧ୍ୟମରେ ସଂକ୍ରମିତ ହୁଏ। ଏହାକୁ ମୃତ୍ତିକା ସଂକ୍ରମିତ ହେଲମିନ୍ଥସ ଇଣ୍ଟେଷ୍ଟେନିଆଲ୍‌ ପରଜୀବୀ କୃମି କୁହାଯାଇଥାଏ। ମୃତ୍ତିକା ସଂକ୍ରମିତ ହେଲମିନ୍ଥସ ସଂକ୍ରମଣ ଯୋଗୁ ଶିଶୁଙ୍କଠାରେ ଦୁର୍ବଳତା, ରକ୍ତହୀନତା, ପୁଷ୍ଟିହୀନତା, ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶରେ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହି ଦିବସରେ ସଚେତନତା ସୃଷ୍ଟି କରାଯାଇ ଶିଶୁଙ୍କୁ ପ୍ରତିଷେଧକ ଟିକା ଦିଆଯାଇ କୃମିନାଶ କରାଯାଇଥାଏ।

Share