ଟିବିକୁ କରୋନା ସହ ଯୋଡିବା ଠିକ ନୁହେଁ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୮ ।୭: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ପ୍ରତିଦିନ କିନ୍ତୁ ହଜାର ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । କୋଭିଡରୁ ସୁସ୍ଥ ହେଉଥିବା ରୋଗୀମାନେ ଟିବିରେ ସଂକ୍ରମିତ ହେଉଥିବା ଆଲୋଚନା ହେଲାଣି । ହେଲେ ଏହାକୁ ଖଣ୍ଡନ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ନିକଟରେ ମିଳିଥିବା ସୂଚନାରୁ ଜଣାପଡିଛି କି ମଧ୍ୟପ୍ରଦେଶରେ ହଠାତ୍ ଟିବି ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଆଉ ଏମାନଙ୍କର ସମ୍ପର୍କ କରୋନା ସହ ରହିଛି ବୋଲି ଡାକ୍ତରମାନେ କହିଥିଲେ । ହେଲେ କରୋନା ଓ ଟିବି ମଧ୍ୟରେ ସମ୍ପର୍କକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଖଣ୍ଡନ କରିଛି । ମନ୍ତ୍ରଣାଳୟ କହିଛି ୨୦୨୦ରେ କରୋନାକୁ ନେଇ ଯେଉଁ ପ୍ରତିବନ୍ଧକ ଲଗାଯାଇଥିଲା ତାହା ଦ୍ୱାରା ୨୫ ପ୍ରତିଶତ ଟିବି ରୋଗୀଙ୍କ ସଂଖ୍ୟା କମ୍ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କି କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ପାଖରେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁ ଏମାନଙ୍କୁ ଟିବି ହେବାର ସମ୍ଭବନା ଅଧିକ ଥାଏ । ହେଲେ ଟିବି ସହ କରୋନର କୌଣସି ସମ୍ପର୍କ ଥିବା ପର୍ଯ୍ୟନ୍ତ ଜଣାପଡି ନାହିଁ ।

 

Share