ଶନିମନ୍ଦିରକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୁନା କଳସ ଦାନ ଚର୍ଚ୍ଚା

ଝାରସୁଗୁଡ଼ା ଅଫିସ୍‌,୨୪ା୧:ମହାରାଷ୍ଟ୍ର ଅହମ୍ମଦନଗର ଜିଲାର ଶନିସିଙ୍ଗଣାପୁରସ୍ଥିତ ଶନିମନ୍ଦିରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ତାଙ୍କ ପରିବାର ଅମାବାସ୍ୟା ତିଥିରେ ଶନି ଅଭିଷେକ କରି ପୂଜାର୍ଚ୍ଚନା କରିିଛନ୍ତି। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ଏକ ସୁନା କଳସ ଦାନ କରିଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି ା ଏହି କଳସ ୧କିଲୋ ୭ଶହ ଗ୍ରାମ ସୁନା ସହିତ ୫ କିଗ୍ରା ରୁପାରେ ନିର୍ମିତ। ଏହାର ମୂଲ୍ୟ ପ୍ରାୟ ୧କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହାକୁ ମନ୍ଦିର ଟ୍ରଷ୍ଟ ତରଫରୁ ଗୋପନ ରଖିବାପାଇଁ କୁହାଯାଇଥିବାବେଳେ ଏବେ ଏହା ବିଭିନ୍ନ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଫଟୋଚିତ୍ରରେ ସ୍ବାସ୍ଥ୍ୟମନ୍ତ୍ରୀ ଦାସ କଳସ ଦାନ କରୁଥିବା ସ୍ପଷ୍ଟ ହୋଇଛି। ଏହାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଦାସ କହିଛନ୍ତି, ଭାରତର ହିନ୍ଦୁଧର୍ମରେ ସର୍ବଶେଷ୍ଠ ପୀଠ ଶନିଦେବତା ା ଏଠାକୁ ଲକ୍ଷାଧିକ ଲୋକ ଆସି ଶନିଦେବଙ୍କ ଶରଣ ପସନ୍ତି। ମୁଁ ମଧ୍ୟ ଅମାବାସ୍ୟା ଦିନରେ ଶନିପୀଠକୁ ଯାଇ ଦର୍ଶନ କରିଥିଲି। ସୋରିଷ ତେଲର ଏକ କଳସ ଦିଆଯାଏ। ଏଥିପାଇଁ ସେ ୧୦ଲକ୍ଷ ଟଙ୍କା ଦାନ କରିଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି।